କାଶିପୁରରେ କାଶ୍ମୀରର ଭ୍ରମ ସୃଷ୍ଟି କଲା କୁଆପଥର ବର୍ଷା, ଜଙ୍ଗଲ ନିଆଁ ପାଇଁ ସାଜିଲା ବରଦାନ

ବର୍ଷା ପ୍ରଭାବରେ ଅନେକ ସ୍ଥାନରେ ତାତିରୁ ତ୍ରାହି ମିଳିଥିବା ସହ ଜଙ୍ଗଲରେ ଲାଗିଥିବା ନିଆଁ ପାଇଁ ସାଜିଛି ବରଦାନ । ରାଜ୍ୟର ବିଭିନ୍ନ ଜହ୍ଗଲରେ ଲାଗିଥିବା ନିଆଁ ଲିଭିଯାଇଛି ।

kashipur rain

ଭୁବନେଶ୍ୱର : ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ଏହି ବର୍ଷା ପ୍ରଭାବରେ ଅନେକ ସ୍ଥାନରେ ତାତିରୁ ତ୍ରାହି ମିଳିଥିବା ସହ ଜଙ୍ଗଲରେ ଲାଗିଥିବା ନିଆଁ ପାଇଁ ସାଜିଛି ବରଦାନ । ରାଜ୍ୟର ବିଭିନ୍ନ ଜହ୍ଗଲରେ ଲାଗିଥିବା ନିଆଁ ଲିଭିଯାଇଛି ।

ଆଜି ଅପରାହ୍ନରେ ରାଜ୍ୟର ରାଜଧାନୀ ସମେତ ଅନ୍ୟ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ଏପରିକି ରାୟଗଡ଼ା ଜିଲ୍ଲା କାଶୀପୁରରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି । କୁଆପଥର ବର୍ଷା ଏତେ ମାତ୍ରାରେ ହୋଇଥିଲା ଯେ ରାସ୍ତାଘାଟ କୁଆପଥରରେ ଭର୍ତ୍ତି ହୋଇଯାଇଥିଲା । ରାସ୍ତାଘାଟ ସବୁଆଡ଼େ ଧଳା ଆବରଣ ବସିଯାଇଥିବା ଦେଖିବାକୁ ମିଳିଥିଲା, ଯାହାକି କାଶ୍ମୀରର ଭ୍ରମ ସୃଷ୍ଟି କରିଥିଲା । ଏପରିକି କୁଆପଥର ମାଡ଼ରେ କଞ୍ଜାକଣା ଗାଁର ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କାଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+