Get Updates
Get notified of breaking news, exclusive insights, and must-see stories!

ଦୁଇ ଘଣ୍ଟା ବର୍ଷାରେ ରାଜଧାନୀ ବେହାଲ୍, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ଭୁବନେଶ୍ୱର: ଅସରାଏ ବର୍ଷାରେ ବେହାଲ୍ ରାଜଧାନୀ । ଆଜି ଅପରାହ୍ନରେ ଟ୍ୱିନ୍ ସିଟିରେ ହୋଇଥିବା ବର୍ଷାରେ ଭୁବନେଶ୍ୱରରେ ସ୍ଥିତି ବେହାଲ ହୋଇପଡ଼ିଛି । ମାତ୍ର କିଛି ସମୟର ବର୍ଷାରେ ରାଜଧାନୀର ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି । ରାସ୍ତା ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ରାସ୍ତା ଆଉ ଡ୍ରେନ୍ ଭିତରେ ଫରକ୍ ଜାଣିବା ମୁସ୍କିଲ ହୋଇପଡିଛି ।

Rain

ସେହିପରି କଟକ ସହରରେ ବି ସ୍ଥିତି ସମାନ । ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଚାଲୁଛି । ଘର ଭିତରେ ବି ପାଣି । ହନ୍ତସନ୍ତ ହୋଇଛନ୍ତି ଲୋକେ । ଅସରାଏ ବର୍ଷାରେ ଟ୍ୱିନ୍ ସିଟିରେ ଏଭଳି ସ୍ଥିତି ପାଇଁ ଡ୍ରେନେଜ୍ ବ୍ୟବସ୍ଥା କୁ ଦାୟୀ କରାଯାଉଛି । ପ୍ରଶାସନ ସଠିକ୍ ଭାବେ ଡ୍ରେନେଜ୍ ବ୍ୟବସ୍ଥା କରୁ ନଥିବାରୁ ସହରାଂଚଳରେ ବର୍ଷା ପାଇଁ ଏଭଳି ସ୍ଥିତି ଭୋଗିବାକୁ ପଡୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ ପ୍ରବଳ ବର୍ଷା ନେଇ 13 ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଦିଆଯାଇଛି । ଏହା ସହ ଆସନ୍ତା ଦୁଇ ଦିନ ଧରି ବର୍ଷା ଲାଗିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଥିବା ଲଘୁଚାପ ଦୁର୍ବଳ ହୋଇଥିଲେ ସୁଦ୍ଧା ଲଘୁଚାପ ସହ ଜଡିତ ଘୂର୍ଣ୍ଣିବଳୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି । ଏହାସହ ମୌସୁମୀ ନିମ୍ନଚାପରେଖା ଏହାର ସ୍ୱାଭାବିକ ଅବସ୍ଥାନକୁ ଫେରିଛି । ଏହା ପ୍ରଭାବରେ ଆହୁରି ଦୁଇ ଦିନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

ଏହା ସହ ଆଜି ପ୍ରବଳ ବର୍ଷା ନେଇ 13 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି ।
ଆସନ୍ତାକାଲି 70 ରୁ 110 ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ 4 ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । 9 ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ । 11 ରୁ 13 ତାରିଖ ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ତେବେ 9ରୁ 11 ତାରିଖ ପର୍ଯ୍ୟନ୍ତ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବର୍ଷା ହେଲେ ବି ଗରମ ଗୁଳୁଗୁଳି ଜାରି ରହିବ ।ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+