ଆଗାମୀ ଦିନରେ ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ବଢିବ ବର୍ଷାର ପରିମାଣ । ଆସନ୍ତା 26 କିମ୍ବା 27 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଲଘୁଚାପ ଥିବାରୁ ବହୁତ ସ୍ଥାନରେ ବର୍ଷା ହେବ। ପଶ୍ଚିମ ଓଡିଶାରେ ଦିନେ ଦୁଇ ଦିନ ବର୍ଷା ଲାଗି ରହିବ । ତାପରେ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଏନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ସମସ୍ତ ପ୍ରସ୍ତୁତି କରାଯାଇଛି । ଜଳସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି । ଅନ୍ୟ ବିଭାଗ ସମସ୍ତେ ପ୍ରସ୍ତୁତ ହୋଇ ରହିବେ । ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି କହିଛନ୍ତି ଏସଆରସି ।
ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି । କୌଣସି ସ୍ଥାନରେ ଅସ୍ଵାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ । 7 ରୁ 8 ଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ସ୍ୱାଭାବିକ ବର୍ଷା ହୋଇଛି । ଚାଷ ପାଇଁ ଭଲ ବର୍ଷା ହୋଇଛି । ଆସନ୍ତା 3 ରୁ 4 ଦିନ ଭଲ ବର୍ଷା ହେଲେ ଚାଷ ଓ ଚାଷୀଙ୍କ ପାଇଁ ଅନୁକୂଳ ହେବ । ଚାଷ କାର୍ଯ୍ୟ ଠିକ୍ ଭାବେ ଚାଲିଛି । ରାଜ୍ୟର ନଦୀ ଖାଲି ଥିଲା । ହୀରାକୁଦର ଗେଟ ଖୋଲିଲେ ଅସୁବିଧା ହେବନି ବୋଲି ଏସଆରସି ସତ୍ୟବ୍ରତ ସାହୁ କହିଛନ୍ତି ।
ସେପଟେ ଉପରମୁଣ୍ଡରେ ବର୍ଷା ଯୋଗୁ ବଢ଼ୁଛି ମହାନଦୀର ଜଳସ୍ତର । ଛତିଶଗଡ଼ର କଲମା ବ୍ୟାରେଜରୁ 66 ଗେଟ୍ ଦେଇ ଏବେ ବନ୍ୟାଜଳ ନିଷ୍କାସିତ ହେଉଛି । ଚଳିତ ମୌସୁମୀ ଋତୁରେ ଛତିଶଗଡ଼ କଲମା ବ୍ୟାରେଜ ପ୍ରଥମ କରି ଗତ ଜୁନ୍ 16 ରେ ବନ୍ୟା ଜଳ ଛାଡ଼ିଥିଲା । ପ୍ରଥମେ 5 ଟି ଗେଟ୍ ଓ ପରେ କଲମା ବ୍ୟାରେଜର ସମସ୍ତ 66 ଗେଟ୍ ଖୋଲି ଦେଇଛି ଛତିଶଗଡ଼ ।
ସେପଟେ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦ ଜଳଭଣ୍ଡାରରେ ଏବେ ଜଳପତ୍ତନ 613 ଫୁଟରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଡ୍ୟାମ୍କୁ ସେକେଣ୍ଡକୁ 1 ଲକ୍ଷ 36 ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପ୍ରାୟ 40 ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ତେଣୁ କ୍ରମାଗତ ଭାବରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି ।
ସେପଟେ ଆଉ ଦିନକ ପରେ ହୀରାକୁଦ ବନ୍ୟା ଜଳ ଛଡ଼ାଯିବ । ତାପୂର୍ବରୁ ଡ୍ୟାମ୍ କର୍ତ୍ତୃପକ୍ଷ ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ସତର୍କ କରାଇଛନ୍ତି । ବନ୍ୟା ଜଳ ଛାଡ଼ିବା ବେଳେ ମହାନଦୀ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ରବିବାର ସକାଳ 9 ଟା ବେଳେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । କିନ୍ତୁ କେତୋଟି ଗେଟ୍ ଖୋଲାଯିବ ସେ ସମ୍ପର୍କରେ ସେହିଦିନ ହିଁ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications