Get Updates
Get notified of breaking news, exclusive insights, and must-see stories!

ଘଡ଼ଘଡ଼ି ବିଜୁଳିରେ ଥରିଲା ଟ୍ୱିନ୍ ସିଟି, 1 ଘଣ୍ଚାରେ 42 ହଜାର ଥର ଘଡ଼ଘଡ଼ି

ଭୁବନେଶ୍ୱର: ଘଡ଼ଘଡି ବିଜୁଳିରେ ଥରିଲା ଟ୍ୱିନ୍ ସିଟି । ଦୁଇ ଘଣ୍ଚା ଧରି ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ସହ ଜୋରରେ ଘଡ଼ଘଡ଼ି ବିଜୁଳି ମାରିଛି । ଏକ ଘଣ୍ଟାରେ ମାରିଛି 42 ହଜାର ଥର ଘଡ଼ଘଡ଼ି । ଏଥିରେ ଟ୍ୱିନ୍ ସିଟିରୁ କାହାରି ପ୍ରାଣହାନି ହୋଇନଥିବା ବେଳେ ଏତେ ମାତ୍ରାରେ ଘଡ଼ଘଡ଼ିରେ ଲୋକ ଭୟଭୀତ ହୋଇପଡ଼ିଛନ୍ତି ।

Thunderstiorm

ଏହା ସହ ଦୁଇ ଘଣ୍ଟାର ଜୋରଦାର ବର୍ଷାରେ ଭାସିଛି ରଜଧାନୀ । ଅପରାହ୍ନ ପ୍ରାୟ 2 ଟା ବେଳୁ ଆରମ୍ଭ ହୋଇଥିଲା ବର୍ଷା । କଳାହାଣ୍ଡିଆ ବାଦଲ ଘୋଟିବା ସହ ଚାରିଆଡ଼େ ଛଆଇ ଯାଇଥିଲା ଅନ୍ଧାର । ତା ପରେ ପ୍ରବଳ ଛେଚିଥିଲା । ଦୁଇ ଘଣ୍ଟା ଧରି ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ ହୋଇପଡିଥିଲା । ତା ସାଙ୍ଗକୁ ଘଡ଼ଘଡ଼ି ବିଜୁଳଇ ଲୋକଙ୍କୁ ଆହୁରି ଅସ୍ତବ୍ୟସ୍ତ କରିପକାଇଥିଲା । ମିଳିଥିବା ସୂଚନା ଅନୁସାରେ ପ୍ରାୟ ଏକ ଘଣ୍ଟାରେ 42 ହଜାର ଥର ବିଜୁଳି ମାରିଛି ।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଛି ବଜ୍ରପାତ ଓ ବର୍ଷା । ଏହି ସମୟରେ ବଜ୍ରାଘାତରେ 4 ଜଣଙ୍କର ଜୀବନ ହାନି ହୋଇଥିବା ନେଇ ସୂଚନା ରହିଛି । ଏହା ସହ 3 ଜଣ ଗୁରୁତର ଆହତ ହୋଇଛନ୍ତି । 5 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବୌଦ୍ଧ ଥାନା ରାଉତବାହାଲ ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ପାନେଶ୍ୱରୀ ପୋଢ଼ । ଅପରାହ୍ନରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଅରାଙ୍ଗ ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅପରାହ୍ନରେ ବିଲରେ ଏହି ଚାରି ଜଣ ଏକ ଭାଡ଼ା ଉପରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା । ଏଥିରେ ରଞ୍ଜନ ରଣସିଂହ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।

ବାଣପୁର ଥାନା ଦାମିଆ ବରବରାର କଦମଝୋଲା ଗାଁରେ ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ଅମର ଶବର । ସେ ଗାଁ ଦାଣ୍ଡରେ ବୁଲୁ ଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ବଲାଙ୍ଗିର ଜିଲ୍ଲା ଲୋଇସିଂହାର କୁଟିସିଂହା ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଏହା ସହ ରାଜ୍ୟର 10 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟରେ ଘରୁ ନ ବାହାରିବାକୁ ମଧ୍ୟ ସତର୍କ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+