ସତର୍କ ! ସନ୍ଧ୍ୟାରେ ପ୍ରବଳ ଛେଚିବ... 24 ଘଣ୍ଟାରେ ଝଡ଼ ବର୍ଷା
ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ପରେ ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ବଢିଛି । ଏହି ସମୟରେ ଏକ ଆଶ୍ୱସ୍ତିଜନକ ଖବର ଆସିଛି । ଶୁକ୍ରବାର ସନ୍ଧ୍ୟାସୁଦ୍ଧା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର 4 ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି । ଏ ନେଇ ୟେଲୋ ୱାର୍ଣ୍ଣି ଜାରିକରିଛି ପାଣିପାଗ ବିଭାଗ ।
ଶୁକ୍ରବାର ଅପରାହ୍ନ 5 ଟା 40 ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହା ସହ ଘଡଘଡି ଏବଂ ବିଜୁଳି ମାରିବାର ସମ୍ଭାବନା ରହିଛି ।

ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଖୋର୍ଦ୍ଧା ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ୱର, ଝାରସୁଗୁଡା, ଦେବଗଡ, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ କନ୍ଧମାଳ ଏବଂ ବରଗଡ ଜିଲ୍ଲାରେ ମଧ୍ୟ ସନ୍ଧ୍ୟାରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ପାଣିପାଗକୁ ଦୃଷ୍ଟିରେ ରଖି ଘରୁ ନ ବାହାରିବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି । ନିହାତି କାମ ନ ଥିଲେ ଘରୁ ନ ବାହାରି ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆ ଯାଇଛି ।
ଅନ୍ୟପକ୍ଷରେ ଆସନ୍ତା 3ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ 48 ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବାୟୁ ଚଳନରେ ପରିବର୍ତ୍ତନ ସମ୍ଭାବନା ରହିଛି । ଫଳ ସ୍ୱରୂପ ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଛି । ଏହା ସହ 4 ତାରିଖ ଠାରୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ ବୋଲି ଆଜି (ଶୁକ୍ରବାର) ଅପରାହ୍ନରେ ଏକ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।
ଆଗାମୀ 24 ଘଣ୍ଟା ମଧ୍ୟରେ 2 ତାରିଖ ଅପରାହ୍ନ ସୁଦ୍ଧା ଆଭ୍ୟନ୍ତରୀଣ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର 22 ଜିଲ୍ଲାରେ କାଳବେଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହଥିବା ରହିଛି । ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ଦେବଗଡ଼, ସମ୍ବଲପୁର, ବୌଦ୍ଧ, ଢ଼େଙ୍କାନାଳ, ଅନୁଗୁଳ, ଓ କନ୍ଧମାଳ ପ୍ରଭୃତି 22ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଅନ୍ୟପକ୍ଷରେ କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସକାଳୁ ଆକାଶ ଆଂଶିକ ମେଘାଛନ୍ନ ରହିଛି ।












Click it and Unblock the Notifications