ପୁରୀରେ ଅସମ୍ଭାଳ ଭିଡ଼, ପଶ୍ଚିମଦ୍ୱାରରେ ପ୍ରବେଶ ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା
ପୁରୀ: ଶ୍ରୀମନ୍ଦିରରେ ଆଜି ଅସମ୍ଭାଳ ଭିଡ଼ । ଏତେ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗିଛି ଯେ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ ପାଇଁ ଲାଗିଛି ଲମ୍ବା ଲାଇନ୍ । ଗହଳି ସାଙ୍ଗକୁ ଗରମର ପ୍ରକୋପ ପାଇଁ ଅସହ୍ୟ ହୋଇପଡ଼ିଛନ୍ତି ଶ୍ରଦ୍ଧାଳୁ ।

ଖରାରେ ଘଣ୍ଚା ଘଣ୍ଟା ଧରି ଛିଡ଼ା ହେବା ଭକ୍ତଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ଫଳରେ ପଶ୍ଚିମ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବାକୁ ଭକ୍ତ ଭିଡ଼ ଲଗାଇଛନ୍ତି । ଏହି ସମୟରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଭଳି ପରିସ୍ଥିତି ମଧ୍ୟ ଉପୁଜିଛି ।
ପଶ୍ଚିମ ଦ୍ୱାର ପଟେ କେବଳ ପୁରୀବାସୀଙ୍କୁ ପ୍ରବେଶ ଅନୁମତି ଥିଲା । କିନ୍ତୁ ଭିଡ଼ ଯୋଗୁଁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି ଭକ୍ତ ।












Click it and Unblock the Notifications