ତେଲ ଟ୍ୟାଙ୍କର ଧକ୍କାରେ ୮ ବର୍ଷର ପୁଅ ମୃତ, ମା’ ଗୁରୁତର
ଖୋର୍ଦ୍ଧା: ତେଲ ଟ୍ୟାଙ୍କର ଧକ୍କାରେ ୮ ବର୍ଷର ପୁଅ ମୃତ । ମାଆ ଗୁରୁତର । ସ୍କୁଲ୍ ଛୁଟି ପରେ ମାଆ ସହ ପୁଅ ସ୍କୁଟିରେ ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଉନ୍ ଥାନା ଭାଲିଆବାଡ଼ି ଛକରେ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି । ଗୁରୁତର ମାଆ ଭୁବନେଶ୍ୱର ସ୍ଥାନାନ୍ତର ହୋଇଛି ।
ସ୍କୁଲରୁ ଫେରୁଥିବା ବେଳେ ଛାତ୍ର ଜଣଙ୍କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଭାଲିଆବାଡି ଛକ ନିକଟରେ ଦୁର୍ଘଟଣା ଘଟିଛି ।ଟ୍ରକ୍ ଧକ୍କାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଭାଲିଆବାଡି ଛକ ନିକଟରେ ଟ୍ରକ୍ ଧକ୍କାରେ ଘରୋଇ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଛି ଆଉ ଗୁରୁତର ମାଆ ଭୁବନେଶ୍ୱର ସ୍ଥାନାନ୍ତର ହୋଇଛି । ସ୍କୁଲରୁ ପାଠ ପଢା ସାରି ମା'-ପୁଅ ସ୍କୁଟି ଯୋଗେ ଘରକୁ ଯାଉଥିଲେ । ସେହି ସମୟରେ ସ୍କୁଟିକୁ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା ।
ଦୁର୍ଘଟଣାରେ ମା' ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।












Click it and Unblock the Notifications