ଓଡ଼ିଶାରେ ନିଆଁ ବର୍ଷା ! 6 ରାଜ୍ୟକୁ ହିଟ୍ ୱେଭ୍ ୱାର୍ଣ୍ଣିଂ
ଭୁବନେଶ୍ୱର: ସାରା ରାଜ୍ୟରେ ଲାଗି ରହିଛି ଗ୍ରୀଷ୍ମର ଅଘୋଷିତ କର୍ଫ୍ୟୁ । ଅସମ୍ଭାଳ ତାତିରେ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି ଜୀବନ । ଗ୍ରୀଷ୍ମ ପ୍ରକୋପ ଏମିତି ବଢିଯାଇଛି ଯେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଆଜି ବି ରାଜ୍ୟର କେତେକ ଜିଲ୍ଲାରେ ଅସହ୍ୟ ତାତି ହେବା ନେଇ ସୂଚନା ରହିଛି ।

ପାଣିପାଗ ବିଭାଗ 6 ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ସୋନପୁରକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ 20-30 ପ୍ରତିଶତ ହ୍ୟୁମିଡିଟି ରହୁଥିବା ବେଳେ ଉପକୂଳରେ ରହୁଛି 40-50 ପ୍ରତିଶତ । ଫଳରେ ଅଧିକ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାରେ ଦିନ ସହ ରାତି ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ହେଉନାହିଁ । ରାତି ତାପମାତ୍ରା ସ୍ୱାଭାବିକଠୁ ଅଧିକ ରେକର୍ଡ ହେଉଛି ।
ଏଥଇ ମଧ୍ୟରେ 21 ତାରିଖ ପରେ ତାପମାତ୍ରା କମିବା ସମ୍ଭାବନା ରହିଛି । 22 ଓ 23 ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି । ବର୍ଷା ହେଲେ ତାପମାତ୍ରା କମିବ । ଏହାପରେ ପୁଣି ତାତି ବଢ଼ିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।
ଗତ 24 ଘଣ୍ଟାରେ 18 ସହରରେ ପାରଦ 42 ଡିଗ୍ରୀ ଉପରେ ରହିଥିଲା । ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବାରିପଦା । ବାରିପଦାରେ 44.5 ଡିଗ୍ରୀ ସେଲସିୟସ୍ ରହିଥିଲା ତାପମାତ୍ରା । ଏଥିସହ 44 ଡିଗ୍ରୀ ପାର କରିଛି ନୂଆପଡ଼ା ଜିଲ୍ଲା । ବିଶ୍ୱର ସବୁଠାରୁ ଉତ୍ତପ୍ତ 15 ଟି ସହର ମଧ୍ୟରେ ଭାରତର 6 ଟି ସହର ରହିଛନ୍ତି । ବାରିପଦା ବିଶ୍ୱର ପଞ୍ଚମ ସ୍ଥାନରେ ରହିଛି ।












Click it and Unblock the Notifications