ଆହୁରି 4 ଦିନ ଗ୍ରୀଷ୍ମ କର୍ଫ୍ୟୁ, 21 ତାରିଖ ଯାଏଁ ସିଜିବ ଓଡ଼ିଶା

heat wave

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହରୁ ଏବେ ମିଳିବନି ତ୍ରାହି । ଆହୁରି 4 ଦିନ ସିଜିବ ଓଡ଼ିଶା । ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶା ହେବ ବେଶୀ କଲବଲ । 42 ଡିଗ୍ରୀ ଡେଇଁବ ପାରା । ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ଭାଙ୍ଗିବ ।

ଏହା ସହିତ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବି ଲୋକ ହେବେ ହନ୍ତସନ୍ତ । ଏଠି ବି ତାପମାତ୍ରା 40 ଡିଗ୍ରୀ ଛୁଇଁବ । ଖରା ତାତି ସାଙ୍ଗକୁ ଅସହ୍ୟ ହେବ ଗୁଳୁଗୁଳି । କିଛି କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଥିଲେ ବି ତାତି ରୁ ମିଳିବନି ନିସ୍ତାର ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବାହ୍ନ 11 ଟାରୁ 3 ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବା ସହର ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ଅନୁସାରେ, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ସହରର ତାପମାତ୍ରା ଗୁରୁବାର 43 ଡିଗ୍ରୀ ଏବଂ ଶୁକ୍ରବାର 44 ଡିଗ୍ରୀ ପରେ ରହିବ । 20 ଓ 21 ତାରିଖ ବେଳକୁ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼ ତାପମାତ୍ରା 44 ଡିଗ୍ରୀ ଏବଂ ରାଉରକେଲା, ସୁନ୍ଦରଗଡ଼, ନୂଆପଡ଼ା, ଭବାନୀପାଟଣା, ଅନୁଗୁଳ ସହର 43 ଡିଗ୍ରୀ ଡେଇଁବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+