ଆଜି ବି କଲବଲ କରିବ ତାତି, ସକାଳ ସାଢେ 8 ସୁଦ୍ଧା 31 ଟପିଲା ପାରଦ
Heat Wave: ଆଜି ବି ଅନୁଭୂତ ହେବ ପ୍ରବଳ ତାତି । ଖରା ବଢିବା ସହ ପ୍ରଚଣ୍ଡ ତାତି କଲବଲ କରବ । ଗତକାଲି ଭଳି ଆଜି ବି ଗ୍ରୀଷ୍ମ ପ୍ରବାହ ରହିବା ନେଇ ଆକଳନ କରାଯାଇଛି ।

ଏଥି ମଧ୍ୟରେ ଆଜି ସକାଳ ସାଢ଼େ 8 ସୁଦ୍ଧା କିଛି ସ୍ଥାନରେ ତାପମାତ୍ରା 31 ଟପିଛି । ଚାନ୍ଦବାଲିରେ ପାରଦ 31.6 ଡିଗ୍ରୀରେ ପହଞ୍ଚିଲାଣି । ସେହିପରି କେନ୍ଦୁଝରରେ 31, ସମ୍ବଲପୁର ଓ ଝାରସୁଗୁଡ଼ାରେ 30 ଡିଗ୍ରୀ ରହିଛି ତାପମାତ୍ରା । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା 29.8 ଡିଗ୍ରୀ ରହିଛି ତାପ ।
ଗତକାଲି ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ରାଜଧାନୀରେ ଦିନର ତାପମାତ୍ରା 44 ପାଖାପାଖି ପହଞ୍ଚିଥିଲା । ଆଜି ବି ଏହି ତାତିର ଧାରା ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।












Click it and Unblock the Notifications