Get Updates
Get notified of breaking news, exclusive insights, and must-see stories!

Heat Wave: ବଢିବ ତାତି, ତିନି ଦିନରେ 40 ଛୁଇଁବ ପାରଦ

Heat Wave in Odisha: ରାଜ୍ୟରେ ବଢିବ ତାତି । ଗତ କିଛି ଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ୍ ଲାଗିଥିଲା । କିନ୍ତୁ ଆଜି ଠାରୁ ପୁଣି ବଢିଛି ତାତି । ଏହା ସହ ଆଗାମୀ ଦିନରେ ଗ୍ରାଷ୍ମ ପ୍ରବାହ ପୁଣି ବଢିବା ସହ ଉପରଲ ମୁହାଁ ହେବ ପାରଦ ।

ଆଗାମୀ ତିନି ଦିନରେ ରାଜ୍ୟର ତାପମାତ୍ରା 40 ଛୁଇଁବ । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା 8-10 ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

heat wave

ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାର କିଛି ଅଞ୍ଚଳରେ ତାପମାତ୍ରା 40 ଡିଗ୍ରୀ ଛୁଇଁପାରେ । ସେହିଭଳି ରାଜ୍ୟରେ ଆସନ୍ତା ତିନି ଦିନ ମଧ୍ୟରେ ସର୍ବନିମ୍ନ ରାତିର ତାପମାତ୍ରା 3-5 ଡିଗ୍ରୀ ସେଲସିୟସକୁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହା ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ପଶ୍ଚିମ ଓଡିଶାର କିଛି ଅଂଶ ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ରେକର୍ଡ କରିବ ବୋଲି ଆଶା କରାଯାଉଛି । ବୌଦ୍ଧ ଏବଂ ଟିଟିଲାଗଡ ସର୍ବାଧିକ ତାପମାତ୍ରା ରେକର୍ଡ କରିବ ବୋଲି ଅନୁମାନ କରାଯାଉଛି । ସେହିଭଳି ଝାରସୁଗୁଡା, ସୋନପୁର, ବଲାଙ୍ଗୀର, ରାୟଗଡା ଏବଂ ମାଲକାନଗିରି ପରି ଅନ୍ୟାନ୍ୟ ଜିଲ୍ଲା 38-39 ଡିଗ୍ରୀ ସେଲସିୟସ କିମ୍ବା ତା'ଠାରୁ ଅଧିକ ତାପମାତ୍ରା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି ।

ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ସୁନ୍ଦରଗଡ ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମାର୍ଚ୍ଚ 24 ରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+