Get Updates
Get notified of breaking news, exclusive insights, and must-see stories!

ତତଲା କଡ଼େଇରେ ସିଝୁଛି ଓଡ଼ିଶା, 41 ଉପରେ ରହିଲା 7 ସହରର ତାପମାତ୍ରା

Heat Wave: ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଖରା ସାଙ୍ଗକୁ ତତଲା ପବନ ରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଉପକୂଳରୁ ପଶ୍ଚିମ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ଖରା ଅନୁଭୂତ ହୋଇଛି । ଏଥି ମଧ୍ୟରେ ମଙ୍ଗଳବାର 7 ଟି ସହରରେ ଦିନ ତାପମାତ୍ରା 41 ଡିଗ୍ରୀ ଉପରେ ରହିଛି ।

Heat Wave in Odisha

ରାଜ୍ୟରେ ସବୁଠୁ ଅଧିକ ତାପମାତ୍ରା ମାଲକାନଗିରିରେ 41.7 ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟକୁ ପଶ୍ଚିମା ଗରମ ବାୟୁ ପ୍ରବାହିତ ହେଉଛି । ଅପରାହ୍ନ 2ଟା ପର୍ଯ୍ୟନ୍ତ ଏହି ବାୟୁ ପ୍ରବାହ ଯୋଗୁଁ ସମୁଦ୍ର ମଧ୍ୟରୁ ପବନ ଆସୁନାହିଁ । ଫଳରେ ଦିନ ତାପମାତ୍ରା ବୃଦ୍ଧି ପାଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । କେତେକ ଜିଲାରେ ଦିନ ତାପମାତ୍ରା ବଢିବା ଦ୍ବାରା ଅସମ୍ଭାଳ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି ।

6 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର । ନୟାଗଡରେ ତାପମାତ୍ରା 41 ଡିଗ୍ରୀ ଥିବାବେଳେ ବୌଦ୍ଧ 41.4, ଟିଟିଲାଗଡ 41.5, ବଲାଙ୍ଗୀର 41, ଭବାନୀପାଟଣା 41.2, ତାଳଚେର 41, ଝାରସୁଗୁଡା 40.3, ଅନୁଗୋଳ 40.7, ପାରଳାଖେମୁଣ୍ଡି 39.4, ରାୟଗଡା 39.2, ଯାଜପୁର 39.4, ଢେଙ୍କାନାଳ 39.2, ଖୋର୍ଦ୍ଧା 39.5, ସୁବର୍ଣ୍ଣପୁର 39.7, ଫୁଲବାଣୀ 39.1, ହୀରାକୁଦ 39.6, କେନ୍ଦୁଝର 39.5, ସମ୍ବଲପୁର 39.5, ସୁନ୍ଦରଗଡ 39.2, ଭୁବନେଶ୍ବର 37.2 ଏବଂ କଟକରେ 38.4 ଡିଗ୍ରୀ ରହିଥିଲା ।

ଆଗାମୀ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା 39 ରୁ 41 ଡିଗ୍ରୀ ଏବଂ ଉପକୂଳ ଓଡ଼ିଶାରେ 36 ରୁ 38 ଡିଗ୍ରୀ ରହିପାରେ । ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ସୁବର୍ଣ୍ଣପୁର, ବୌଦ୍ଧ ଓ ନୟାଗଡ଼ ଜିଲା ଗୋଟିଏ ଦୁଇଟି ସ୍ଥାନରେ ରାତିରେ ଅସମ୍ଭାଳ ତାତି ସହ ଗୁଳୁଗୁଳି ଅନୁଭୂତ ହେବ ।ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଦିନ 11 ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଲୋକମାନେ ବାହାରେ ନ ବୁଲିବାକୁ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ସତର୍କ ରହିବାକୁ ଏସଆରସି ସତ୍ୟବ୍ରତ ସାହୁ ଜନସାଧାରଣକୁ ପରାମର୍ଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+