Heat Wave in Odisha: ଆଜି 40 ଛୁଇଁବ ତାତି, 2-3 ଡିଗ୍ରୀ ବଢିପାରେ ତାପମାତ୍ରା
Heat Wave in Odisha: ରାଜ୍ୟରେ ବଢୁଛି ତାତି । ପାରଦ ଉପର ମୁହାଁ ହେବା ସହ ତାପମାତ୍ରା ବୃଦ୍ଧି ହେଉଛି । ଏପରିକି ସକାଳୁ ସକାଳୁ ତାତିର ପ୍ରକୋପ ମଧ୍ୟ ଦେଖିବାକୁ ମିଳୁଛି । ଏଥି ମଧ୍ୟରେ ଆଜି ଆହୁରି ବଢିପାରେ ତାପମାତ୍ରା । ରାଜ୍ୟର କେତେକ ସ୍ଥାନରେ ପାରଦ 40 ଡିଗ୍ରୀ ଛୁଇଁପାରେ । ଏପରିକି ଅଧିକାଂଶ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଏଥି ମଧ୍ୟରେ ଗତକାଲି 5 ଟି ସ୍ଥାନରେ ତାପମାତ୍ରା 39 ଡିଗ୍ରୀ ଉପରେ ରେକର୍ଡ ହୋଇଛି । ଏହା ସହ 39.8 ଡିଗ୍ରୀ ତାପମାତ୍ରା ସହ ପାରଳାଖେମୁଣ୍ଡି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ବୌଦ୍ଧ ଦ୍ୱିତୀୟ ଉତ୍ତପ୍ତ ତାପମାତ୍ରା ଭାବେ 39.5 ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଟିଟିଲାଗଡ଼, ନୟାଗଡ଼ ରେ ତାପମାତ୍ରା 39.2 ଡିଗ୍ରୀ ଏବଂ ଭବାନୀପାଟଣାର ତାପମାତ୍ରା 39 ଡିଗ୍ରୀ ରେକର୍ଡ କରାଯାଇଛି ।
ଏହା ସହ 10 ରୁ ଅଧିକ ସହରରେ ତାପମାତ୍ରା 38 ଡିଗ୍ରୀ ଉପରେ ରହିଛି । ଭୁବନେଶ୍ୱରର ତାପମାତ୍ରା 37.3 ଡିଗ୍ରୀ ରେକର୍ଡ କରାଯାଇଛି ।
ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା 40 ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି । ଅପରପକ୍ଷରେ ଆଗାମୀ 4 ରୁ 5 ଦିନ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ । ଅପ୍ରେଲ ପହିଲା ଯାଏଁ କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ହୋଇପାରେ । ବିଜୁଳି ଓ ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।












Click it and Unblock the Notifications