ଆହୁରି ତିନି ଦିନ ଜାଳିବ ଖରା, ସକାଳ 5.30 ସୁଦ୍ଧା ରାଜଧାନୀରେ 30 ପାର୍ ପାରଦ
ଭୁବନେଶ୍ୱର : ସକାଳୁ ସକାଳୁ କଲବଲ ହେଲେଣି ରାଜଧାନୀବାସୀ । ରାତି ନ ପାହୁଣୁ ବଢିଲାଣି ତାପମାତ୍ରା । ଗରମ ସାଙ୍ଗକୁ ଅସହ୍ୟ ଗୁଳିଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ଏମିତି ଆହୁରି ତିନି ଦିନ ଯାଏଁ ପାଗ ଲାଗି ରହିବ ।

ଆଗାମୀ 3 ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତୀ ସମୟରେ ଏଥିରେ ସାମାନ୍ୟ ହ୍ରାସ ହେବ । ତାତି ପ୍ରଭାବରେ 18 ତାରିଖ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ । କିଛି-କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ 5-7 ଡ଼ିଗ୍ରୀ ଅଧିକ ରେକର୍ଡ ହେବ ସମ୍ଭାବନା ରହିଥିବା ନେଇ କହିଛି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ।
ଆଜି ସକାଳ 5.30 ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ 30.2 ଡ଼ିଗ୍ରୀ ତାପମାତ୍ରା ଏବଂ 92 % ଆଦ୍ରତା ରେକର୍ଡ ହୋଇଛି ।
ରାଜ୍ୟର 15 ଜିଲ୍ଲାକୁ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର,ସମ୍ବଲପୁର, ବରଗଡ଼, ବଲାଙ୍ଗିର ସୋନପୁର, ନୂଆପଡ଼ା, କନ୍ଧମାଳ କଟକ, ଖୋର୍ଦ୍ଧା, କଳାହାଣ୍ଡି, ଅନୁଗୋଳ, ଦେବଗଡ଼ ଓ ବୌଦ୍ଧ କୁ ଅରେଞ୍ଜ ଆଲର୍ଟ କରାଯାଇଛି । ସେହିପରି ଢେଙ୍କନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ 5ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications