ତିନି ଦିନ ପରେ ଉପକୂଳ ଓଡ଼ିଶାକୁ ମିଳିବ ତ୍ରାହି, ପଶ୍ଚିମ ଓଡ଼ିଶାକୁ 5 ଦିନ ଗ୍ରୀଷ୍ମ ପ୍ରବାହ

ପ୍ରଚଣ୍ଡ ଖରା ଓ ଗରମ ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ମୌସୁମୀ ଆସିବା ବିଳମ୍ବ ହେବା ଏହି କଷ୍ଟକୁ ବହୁଗୁଣିତ କରିଦେଉଛି । ଏହି ସମୟରେ ଆଗାମୀ 4 ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ । ପରବର୍ତୀ ସମୟରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି । ତେବେ ଆଗାମୀ 3 ଦିନ ଉପକୂଳ ଓଡ଼ିଶା ଏବଂ 5 ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି ।

heat wave

ଆଜି ଦିନ 2.30 ସୁଦ୍ଧା 40 ଡିଗ୍ରୀ ପରେ ରହିଛି 4 ସହର । ସେଥି ମଧ୍ୟରେ ଝାରସୁଗୁଡାରେ 44.6 ଡ଼ିଗ୍ରୀ, ଭୁବନେଶ୍ୱରରେ 44.4 ଡ଼ିଗ୍ରୀ, ସମ୍ବଲପୁରରେ 44.4 ଡ଼ିଗ୍ରୀ ତାପମାତ୍ରୀ ରହିଛି । ହୀରାକୁଦରେ 43.8 ଡ଼ିଗ୍ରୀ, କେନ୍ଦୁଝରରେ 40 ଡ଼ିଗ୍ରୀ, ଚାନ୍ଦବାଲିରେ 37.6 ଡ଼ିଗ୍ରୀ, ବାଲେଶ୍ୱରରେ 35 ଡ଼ିଗ୍ରୀ, ଗୋପାଳପୁରରେ 36.8 ଡ଼ିଗ୍ରୀ ଏବଂ ପୁରୀରେ 34.8 ଡ଼ିଗ୍ରୀ ତାପମାତ୍ରା ରହିଛି ।

ଏପରିକି ଆଗାମୀ 24 ଘଣ୍ଟାରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଦେବଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି ହିଟ୍ ୱେଭ୍ ନେଇ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ ପୁରୀ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+