ରାଜଧାନୀକୁ ମିଳିଲା ସାମାନ୍ୟ ଆଶ୍ୱସ୍ତି, ଝାଞ୍ଜି ପବନରୁ ମୁକ୍ତି
ଭୁବନେଶ୍ୱର: ଗତ କିଛି ଦିନ ହେବ ତତଲା କଡ଼େଇରେ ରାଜଧାନୀ ଉବୁଟୁବୁ ହେଉଥିବା ବେଳେ ଆଜି ମିଳିଛି ସାମାନ୍ୟ ଆଶ୍ୱସ୍ତି । ଗତକାଲି ରାତିରେ ବର୍ଷା ହେବା ପରେ ଆଜି ତାତିରୁ ମିଳିଛି ସାମାନ୍ୟ ତ୍ରାହି । ଏପରିକି ଦିନ 11.30 ସୁଦ୍ଧା 33 ଡିଗ୍ରୀ ରହିଥିଲା ତାପମାତ୍ରା, ଯାହାକି ବିଗତ କିଛି ଦିନ ହେବ ଏହି ସମୟ ସୁଦ୍ଧା 40 ପାଖାପାଖି ରହୁଥିଲା ।

ତେବେ ପଶ୍ଚିମ ଓଡ଼ିଶାରେ ପୂର୍ବ ପରି ରହିଛି ସ୍ଥିତି । ହିଟ୍ ୱେଭ୍ ରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦିନ 11.30 ସୁଦ୍ଧା ରାଜଧାନୀରେ 33.2 ଡିଗ୍ରୀ ଛୁଇଁଛି ପାରଦ । ସେହିପରି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । 38.8 ଡିଗ୍ରୀ ରହିଛି ଝାରସୁଗୁଡ଼ାର ପାରଦ । ସେହିପରି ସମ୍ବଲପୁରର ତାପମାତ୍ରା 37.6 ଡ଼ିଗ୍ରୀ, ହୀରାକୁଦରେ 37.4 ଡ଼ିଗ୍ରୀ, ଚାନ୍ଦବାଲିରେ 36 ଡ଼ିଗ୍ରୀ, ପୁରୀରେ 33.8 ଡ଼ିଗ୍ରୀ, ପାରାଦୀପରେ 33.2 ଡ଼ିଗ୍ରୀ, କେନ୍ଦୁଝରରେ 31 ଡ଼ିଗ୍ରୀ, ବାଲେଶ୍ୱରରେ 30 ଡ଼ିଗ୍ରୀ ଏବଂ ଗୋପାଳପୁରରେ 28.6 ଡ଼ିଗ୍ରୀ ରହିଛି ତାପମାତ୍ରା ।












Click it and Unblock the Notifications