ବଢୁଛି ତାତି : ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର, ଦିନ 2.30 ସୁଦ୍ଧା 44 ଡିଗ୍ରୀ ଡେଇଁଲା ପାରା

ଭୁବନେଶ୍ୱର : ସାରା ରାଜ୍ୟରେ ଲାଗି ରହିଛି ଗ୍ରୀଷ୍ମ ଲହରୀ । ତାତି ରୁ ମିଳୁନି ତ୍ରାହି । ଆଜି ଦିନରେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା ସମ୍ବଲପୁର । ଚାରି ଜିଲ୍ଲାରେ 40 ଡିଗ୍ରୀ ପରେ ରହିଛି ତାପମାତ୍ରା । ଅପରାହ୍ନ 2.30 ସୁଦ୍ଧା ସମ୍ବଲପୁରରେ 44.2 ଡିଗ୍ରୀ ଛୁଇଁଥିଲା ପାରଦ । ସେହିପରି ଝାରସୁଗୁଡାରେ 43.4 ଡ଼ିଗ୍ରୀ, ହୀରାକୁଦରେ 43 ଡ଼ିଗ୍ରୀ, ଭୁବନେଶ୍ୱରରେ 41 ଡ଼ିଗ୍ରୀ, ଚାନ୍ଦବାଲିରେ 39.2 ଡ଼ିଗ୍ରୀ ତାପମାତ୍ରା ରହିଛି । ଏହା ବ୍ୟତୀତ ବାଲେଶ୍ୱରରେ 37.4 ଡ଼ିଗ୍ରୀ, କେନ୍ଦୁଝରରେ 37.2 ଡ଼ିଗ୍ରୀ, ଗୋପାଳପୁରରେ 34.6 ଡ଼ିଗ୍ରୀ, ପୁରୀରେ 34.4 ଡ଼ିଗ୍ରୀ ଓ ପାରାଦୀପରେ 34.4 ଡ଼ିଗ୍ରୀ ରହିଛି ।
ପୂର୍ବାହ୍ନ 11.30 ସୁଦ୍ଧା ସମ୍ବଲପୁରରେ 41 ଡ଼ିଗ୍ରୀ, ଝାରସୁଗୁଡାରେ 40.6 ଡ଼ିଗ୍ରୀ ହୀରାକୁଦରେ 39.8 ଡିଗ୍ରୀ, ଭୁବନେଶ୍ୱରରେ 39 ଡ଼ିଗ୍ରୀ, ବାଲେଶ୍ୱରରେ 38.2 ଡ଼ିଗ୍ରୀ, ଚାନ୍ଦବାଲିରେ 36.8 ଡ଼ିଗ୍ରୀ, ଗୋପାଳପୁରରେ 36.6 ଡ଼ିଗ୍ରୀ, କେନ୍ଦୁଝରରେ 36.4 ଡ଼ିଗ୍ରୀ, ପୁରୀରେ 35.8 ଡ଼ିଗ୍ରୀ ଏବଂ ପାରାଦୀପରେ 34.2 ଡ଼ିଗ୍ରୀ ତାପମାତ୍ରା ଥିଲା ।
ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା#ସମ୍ବଲପୁର: ୪୪.୨ ଡ଼ିଗ୍ରୀ#ଝାରସୁଗୁଡା: ୪୩.୪ ଡ଼ିଗ୍ରୀ #ହୀରାକୁଦ: ୪୩ ଡ଼ିଗ୍ରୀ #ଭୁବନେଶ୍ୱର: ୪୧ ଡ଼ିଗ୍ରୀ
— Meteorological Centre, Bhubaneswar (@mcbbsr) June 7, 2023
ଚାନ୍ଦବାଲି: ୩୯.୨ ଡ଼ିଗ୍ରୀ
ବାଲେଶ୍ୱର: ୩୭.୪ ଡ଼ିଗ୍ରୀ
କେନ୍ଦୁଝର : ୩୭.୨ ଡ଼ିଗ୍ରୀ
ଗୋପାଳପୁର: ୩୪.୬ ଡ଼ିଗ୍ରୀ
ପୁରୀ: ୩୪.୪ ଡ଼ିଗ୍ରୀ
ପାରାଦୀପ: ୩୪.୪ ଡ଼ିଗ୍ରୀ
ଆଜି ସକାଳ 8.30 ସୁଦ୍ଧା ଭୁବନେଶ୍ୱର ରେ 33.6 ଡ଼ିଗ୍ରୀ ତାପମାତ୍ରା ଏବଂ ୭୭% ଆଦ୍ରତା ରେକର୍ଡ କରାଯାଇଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।












Click it and Unblock the Notifications