ସିଝୁଛି ପଶ୍ଚିମ ଓଡ଼ିଶା, ଦିନ 11 ସୁଦ୍ଧା 40 ଡିଗ୍ରୀ ପରେ ତିନି ସହର, ସମ୍ବଲପୁର ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର : ଅସହ୍ୟ ଗରମରେ ସିଝୁଛି ସାରା ଓଡ଼ିଶା । ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ହେଉଛନ୍ତି ରାଜ୍ୟବାସୀ । କିନ୍ତୁ ପଶ୍ଚିମ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ରହିଛି ଗରମର ପ୍ରକୋପ । ଗତକାଲି ସମ୍ବଲପୁର ଓ ଝାରସୁଗୁଡ଼ା ବିଶ୍ୱ ଉତ୍ତପ୍ତ ସହରରେ ଆସିଥିବା ବେଳେ ଆଜି ବି ଅଧିକ ରହିଛି ତାପମାତ୍ରା ।
ଆଜି ଦିନ 11.30 ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ସେ ସମୟରେ ଜିଲ୍ଲାର ତାପମାତ୍ରା 42.2 ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ାରେ 41.6 ଡିଗ୍ରୀ, ହୀରାକୁଦରେ 41 ଡିଗ୍ରୀ, କେନ୍ଦୁଝରରେ 38.2 ଡିଗ୍ରୀ ରେକର୍ଡ ହୋଇଛି । ଏହା ବାଦ୍ ଭୁବନେଶ୍ୱରରେ ତାପମାତ୍ରା 37.2 ଡିଗ୍ରୀ, ଗୋପାଳପୁରରେ 35.6 ଡିଗ୍ରୀ, ବାଲେଶ୍ୱରେ 34.8 ଡିଗ୍ରୀ, ପୁରୀରେ 34.4 ଡିଗ୍ରୀ, ଚାନ୍ଦବାଲିରେ 33.2 ଡିଗ୍ରୀ ଏବଂ ପାରାଦୀପରେ 31.9 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସୂଚନା ଥାଉକି, ଶୁକ୍ରବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ 45.6 ଡିଗ୍ରୀ ରେକର୍ଡ ହୋଇଥିଲା । ଯାହାକି ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା । ଏହା ପରେ ସମ୍ବଲପୁରରେ ରହିଥିଲା ଅଧିକ ତାପମାତ୍ରା । ଏଠାରେ ତାପମାତ୍ରା 45.2 ଡିଗ୍ରୀ କେର୍ଡ ହୋଇଥିଲା ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ସ୍ୱାଭାବିକଠାରୁ 3-5 ଡିଗ୍ରୀ ଯାଏଁ ଅଧିକ ରହିବ । ଅନ୍ୟପଟେ 9 ଜିଲ୍ଲାକୁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟର 9ଟି ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି ।












Click it and Unblock the Notifications