Get Updates
Get notified of breaking news, exclusive insights, and must-see stories!

ଆହୁରି 5 ଦିନ ଜଳିବ ଓଡ଼ିଶା, ଦିନ 2.30 ସୁଦ୍ଧା ରାଜଧାନୀରେ 43 ଡିଗ୍ରୀ ଟପିଲା ପାରଦ

heat wave

ରାଜ୍ୟରେ ବଢିବ ଖରାର ପ୍ରକୋପ । ଆହୁରି 5 ଦିନ କଲବଲ କରିବ ଅସହ୍ୟ ଗରମ ଓ ଗୁଳୁଗୁଳି । ଏ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ବର୍ତ୍ତମାନ ଆଭ୍ୟନ୍ତରୀଣ ପଶ୍ଚିମ ସାଙ୍ଗକୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହିଟ୍ ୱେଭ୍ ସ୍ଥିତି ଜାରି ରହିଛି । ଆସନ୍ତା ଦୁଇ ଦିନ ଏହା ଆହୁରି ବଢିବ । 1ା ତାରିଖ ବେଳକୁ କାଳବୈଶାଖୀ ସମ୍ଭାବନା ଥିବାରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । କିନ୍ତୁ ଉତ୍ତର ଆଭ୍ୟନ୍ତରୀଣ ରେ ଜାରି ରହିବ ହିଟ୍ ୱେଭ୍ ।

ଆଜି ଅସହ୍ୟ ଗରମରେ ସିଜିଝି ସାରା ଓଡ଼ିଶା । ଅପରାହ୍ନ 2.30 ସୁଦ୍ଧା ରାଜଧାନୀରେ 43.8 ଡିଗ୍ରୀରେ ହୋଇଛି ତାପମାତ୍ରା । କିନ୍ତୁ ରାଜ୍ୟରେ ସମ୍ବଲପର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଅପରାହ୍ନ 2.30 ସୁଦ୍ଧା ସମ୍ବଲପୁର ତାପମାତ୍ରା 45.3 ଡିଗ୍ରୀ ରହିଥିବାବେଳେ, ହୀରାକୁଦର 44.4, ଝାରସୁଗୁଡାର 42.4 କେନ୍ଦୁଝରରେ 40, ଚାନ୍ଦବାଲିରେ 39, ବାଲେଶ୍ୱରରେ 37.4, ପୁରୀରେ 36.4 ଡିଗ୍ରୀ ତାପମାତ୍ରା ରହିଛି ।

ଅନ୍ୟ ପକ୍ଷରେ ଆରବ ସାଗରରେ ସୃଷ୍ଟ ବାତ୍ୟାର ପ୍ରଭାବ ହେତୁ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଆଉ ତିନି ଦିନ ଲାଗି ରହିବ ବୋଲି ଜଣାପଡିଛି ।
ଏପରିକି ରଜରେ ବି ରାଜ୍ୟରେ ପ୍ରଚଣ୍ଡ ତାତି ଲାଗି ରହିବ । ଆହୁରି ଦୁଇ ଦିନ ଯାଏଁ ଗରମ ଓ ଗୁଳୁଗୁଳି ହେବା ସହ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ମିଳିବ ନାହିଁ ବୋଲି ସୂଚନା ରହିଛି ।

ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାର କିଛି ଜିଲ୍ଲାଗୁଡ଼ିକରେ ତାପମାତ୍ରା 4-6 ଡିଗ୍ରୀ ଯାଏ ବୃଦ୍ଧି ପାଇବ । ଏହାର ପ୍ରଭାବରେ ଆହୁରି 3 ଦିନ ଯାଏ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+