Get Updates
Get notified of breaking news, exclusive insights, and must-see stories!

ପୁଣି ଫେରିଲା କରୋନା, ମାସ୍କ ବାଧ୍ୟତାମୂଳକ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ପୁଣି ଫେରିଲା କରୋନା । ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ପରେ ସତର୍କ ରହିଛି ସ୍ୱାସ୍ଥ୍ୟ ବିଭାଗ । ଏ ନେଇ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ମଧ୍ୟରେ ରାଜ୍ୟରେ ପ୍ରଥମ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ସନ ମୋଡକୁ ଆସିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏପରିକି ଜନଗହଳି ପୂର୍ଣ୍ଣ ସ୍ଥାନ ପରିଦର୍ଶନରୁ ଦୂରେଇ ରହିବାକୁ ମଧ୍ୟ କୁହାଯାଇଛି ।

corona virus- mask

ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡ ନିରଞ୍ଜନ ମିଶ୍ର କହିଛନ୍ତି ଯେ ଅଧିକାଂଶ JN1 ମାମଲା କେରଳରୁ ଆସିଛି ଏବଂ ସଂକ୍ରମିତ ବ୍ୟକ୍ତିମାନେ ପ୍ରାୟତଃ ବୃଦ୍ଧାବସ୍ଥାରେ ଅଛନ୍ତି । ସେ କହିଛନ୍ତି, "ଏହି କାରଣରୁ ବରିଷ୍ଠ ନାଗରିକ ଏବଂ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା ଥିବା ବ୍ୟକ୍ତିମାନେ ସତର୍କ ହେବା ଆବଶ୍ୟକ ।

ସୂଚନାଥାଉକି, ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଗତ 3 ତାରିଖରେ ଶେଷ ଥର ପାଇଁ ଓଡ଼ିଶାରେ ଜଣେ ପଜିଟିଭ୍ ହୋଇଥିଲେ । ବର୍ତ୍ତମାନ ପୁଣି 20 ଦିନ ପରେ କରୋନାର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଦେଶର ଗୋଟିଏ ଦିନରେ 752 କୋଭିଡ୍ ମାମଲା ରେକର୍ଡ କରାଯାଇଛି । ଯାହା 7 ମାସ ମଧ୍ୟରେ ସର୍ବାଧିକ ବୋଲି କୁହାଯାଉଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନାଥାଉ ଯେ, ଗତ ଏକ ମାସ ମଧ୍ୟରେ ସାରା ବିଶ୍ୱରେ 8.5 ଲକ୍ଷ ନୂଆ ମାମଲା ରିପୋର୍ଟ ପ୍ରକାଶ ପାଇଛି । WHO କହିଛି ଯେ ଗତ ଚାରି ସପ୍ତାହ ମଧ୍ୟରେ କରୋନା ମାମଲା 52% ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଅନୁଯାୟୀ, ଚାରି ସପ୍ତାହ ମଧ୍ୟରେ ସାରା ବିଶ୍ୱରେ କରୋନା ଯୋଗୁଁ 3 ହଜାର ଲୋକ ପ୍ରାଣ ହରାଇଛନ୍ତି । ଗତ 28 ଦିନ ତୁଳନାରେ ଏହି ଚାରି ସପ୍ତାହରେ ମୃତ୍ୟୁ ମଧ୍ୟ 8 % ବୃଦ୍ଧି ପାଇଛି । WHO ଅନୁଯାୟୀ, ଗତ 28 ଦିନ ମଧ୍ୟରେ 118,000 ଲୋକ ସାରା ବିଶ୍ୱରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । 1600 ଆଇସିୟୁରେ ଥିବାବେଳେ ପୂର୍ବ ଦିନ ତୁଳନାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ 23% ବୃଦ୍ଧି ପାଇଛି । WHO ଅନୁଯାୟୀ, ଓମିକ୍ରନ୍ ଭାରିଆଣ୍ଟ JN.1 ଯୋଗୁଁ କରୋନା ମାମଲା ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+