କୁକୁର ଆକ୍ରମଣରେ ହୋଇଥିଲା ଶିଶୁର ମୃତ୍ୟୁ, 10 ଲକ୍ଷ ତଣ୍ଡ ଗଣିବ ପୁରୀ ପୌରପାଳିକା

ପୁରୀ/କଟକ: ଶିଶୁକୁ ବୁଲା କୁକୁର ଝୁଣିନେବା ପରେ ମୃତ୍ୟୁ ହେବା ଘଟଣାରେ ତଣ୍ଡ ଗଣିବ ପୌରପାଳିକା । ଏମିତି ଏକ ରାୟ ଦେଇଛନ୍ତି ହାଇକୋର୍ଟ । 10 ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନା ଅନୁସାରେ, 2016 ମସିହା ଡିସେମ୍ବର ମାସରେ 4 ବର୍ଷର ଶିଶୁପୁତ୍ରକୁ ବୁଲା କୁକୁର ଝୁଣିନେଇଥିଲା । ଜଗନ୍ନାଥ କଲୋନୀ ଅଞ୍ଚଳରେ ନିଜ ଘର ବାଡ଼ିରେ ଖେଳୁଥିବା ବେଳେ ଶିଶୁଟି ବୁଲା କୁକୁରଙ୍କର ଶିକାର ହୋଇଥିଲା । ଗୁରୁତର ଅବସ୍ଥାରେ ଶିଶୁକୁ ମେଡିକାଲ୍‌ ନିଆଯାଇଥିଲା । ହେଲେ ସେଠାରେ ଶିଶୁର ମୃତ୍ୟୁ ହୋଇଥିଲା । ସହରରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢ଼ିଥିବା ବେଳେ ପୌର ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଥିଲା ।

High Court

ଆବେଦନକାରୀ ବିଭୂତି ଚରଣ ମହାନ୍ତି କହିଛନ୍ତି, 4 ବର୍ଷର ଶିଶୁକୁ ତା' ମା' ସାମ୍ନାରେ କୁକୁର ଶୁଣି ଖାଇବା ଖବର ମୁଁ ଖବର କାଗଜରୁ ପଢ଼ିଥିଲି । ପରେ ହାଇକୋର୍ଟରେ ଏନେଇ ପିଆଇଏଲ୍ ଫାଇଲ କରିଥିଲି । ପିଲାର ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୁଁ ଆବେଦନ କରିଥିଲି । ହାଇକୋର୍ଟ ମଧ୍ୟ 10 ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଓକିଲ ରାଜ କିଶୋର ସ୍ୱାଇଁ କହିଛନ୍ତି, ଦେଶର ବିଭିନ୍ନ ଜଜମେଣ୍ଟକୁ ବିଚାର କରିଇଁ କୋର୍ଟ 10 ଲକ୍ଷ ଟଙ୍କା ଦେବାକୁ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+