Get Updates
Get notified of breaking news, exclusive insights, and must-see stories!

କାର୍ତ୍ତିକ ବ୍ରତ: ଆଜି ଠାରୁ ପଞ୍ଜିକରଣ କରିପାରିବେ ହବିଷ୍ୟାଳି, ଏମିତି କରନ୍ତୁ ପଞ୍ଜିକରଣ

ପୁରୀ: ଧର୍ମ ମାସ କାର୍ତ୍ତିକ ବ୍ରତ ପାଳନ ନେଇ ପୁରୀ ଶ୍ରୀମନ୍ଦିର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ହବିଷ୍ୟାଳି ମାନେ ପୁରୀରେ ମାଗଣାରେ ହବିଷ ବ୍ରତ କରିପାରିବେ । ଏ ନେଇ ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଜିକରଣ ।

ସରକାରଙ୍କ ଯୋଜନାରେ କାର୍ତ୍ତିକରେ ଯେଉଁ ହବିଷ୍ୟାଳି ମାନେ ସାମିଲ୍ ହୋଇ ପୁରୀ ଆସି ମାଗଣାରେ ହବିଷ୍ୟ ବ୍ରତ ପାଳନ କରିବା ପାଇଁ ଚାହୁଁଥିବେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ ।

shreemandir

ଏ ନେଇ ପ୍ରଶାସନ ପକ୍ଷରୁ https://edistrict.odisha.gov.in ୱେବସାଇଟ୍ ଲିଙ୍କ ଓ ପ୍ରଶାସନିକ ଅଧିକାରୀଙ୍କ ଫୋନ୍ ନମ୍ୱର୍ ଜାରି କରାଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ 9692720594, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ 9437302618, ଜିଲ୍ଲା କାର୍ଯ୍ୟାଳୟ 06752- 22264 ଫୋନ୍ ନମ୍ବର ଜାରି କରାଯାଇଛି । ଏଥିସହ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ହବିଷ୍ୟାଳି ମାନେ ପଞ୍ଜିକରଣ କରିପାରିବେ ।

ସେହିପରି ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ, ବଗଲା, ବାଗେଡିଆ ଧର୍ମଶାଳା, ଅକ୍ଷୟ ପାତ୍ର ଓ ମୋଚି ସାହି ଛକ କଲ୍ୟାଣ ମଣ୍ଡପରେ କରାଯିବ ବ୍ୟବସ୍ଥା । ଚଳିତବର୍ଷ 3 ହଜାରରୁ ଅଧିକ ହବିଷ୍ୟାଳିଙ୍କ ବ୍ରତ ପାଳନ ନିମନ୍ତେ ରହିବା, ମହାପ୍ରସାଦ ସେବନ, ଶ୍ରୀମନ୍ଦିର ଦର୍ଶନ, ସକାଳ ଜଳଖିଆ, ସ୍ନାନ ଶୌଚ ସହ ସମସ୍ତ ବ୍ୟବସ୍ଥା କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+