ଜଗା ଦର୍ଶନ ହେଲା ଶେଷ ଦର୍ଶନ; ହବିଷ୍ୟାଳିଙ୍କ ମୃତ୍ୟୁ
ଜଗା ଦର୍ଶନ ହେଲା ଶେଷ ଦର୍ଶନ । ପୁରୀ ମେଡିକାଲରେ ଜଣେ ଅସୁସ୍ଥ ହବିଷ୍ୟାଳିଙ୍କ ମୃତ୍ୟୁ ହୋଇଛି । ଭୋର୍ରେ ମହାପ୍ରଭୁଙ୍କୁ ଦର୍ଶନ ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଶ୍ରୀମନ୍ଦିର ଭିତରେ ସେ ଗୁରୁତର ଅସୁସ୍ଥ ହୋଇପଡିଥିଲେ ।
ମୃତ ହବିଷ୍ୟାଳୀ ଜଣଙ୍କ ୭୩ ବର୍ଷ ବୟସ୍କ ଫକୀର ଧାରୁଆ । ସେ ନୟାଗଡ ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।

ପୁରୀ ଶ୍ରୀମନ୍ଦିର ଭିତରେ ଥିବା ନୀଳାଚଳ ଉପବନରେ ବସିଥିବା ବେଳେ ଜଣେ ହବିଷ୍ୟାଳି ଗୁରୁତର ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।
କାର୍ତ୍ତିକ ମାସ ପଞ୍ଚୁକ ହେତୁ ଶ୍ରୀ ମନ୍ଦିରରେ ଭିଡ ଦେଖିବାକୁ ମିଳୁଛି । ଏହା ସହ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦର୍ଶନ ଠିକ୍ ଭାବରେ ହେଇ ପାରୁ ନାହିଁ ।
ତେବେ ପ୍ରଶାସନ ପକ୍ଷରୁ ଭଲ ବନ୍ଦୋବସ୍ତ କରାଯାଇଛି । ଲୋକ କେମିତି ଭଲରେ ଦର୍ଶନ କରିବେ ସେ ନେଇ ପଦକ୍ଷେପ ନିଆଯାଇଛି । ପୋଲିସ ସବୁଠି ମୁତୟନ ହୋଇଛନ୍ତି ।












Click it and Unblock the Notifications