Get Updates
Get notified of breaking news, exclusive insights, and must-see stories!

ପତ୍ନୀ ହତ୍ୟା ମାମଲାରେ ଗୁଣୁପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କୁ ଆଜୀବନ ଜେଲ୍

ଭୁବନେଶ୍ୱର: 27 ବର୍ଷ ତଳର ହତ୍ୟା ମାମାଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁଣୁପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ । ଭୁବନେଶ୍ୱରର ଏକ ସ୍ୱତନ୍ତ୍ର କୋର୍ଟ ଗୁଣୁପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ପରେ ତାଙ୍କୁ ଆଜୀବନ କାରଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ramamurthy gomango

ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର ଏଡିଜେ -3 ଏମ ଏଲ ଏ ଏମପି କୋର୍ଟ । ଦଫା 302 ରେ ଆଜୀବନ କାରାଦଣ୍ଡ ଆଦେଶ ସହ 50 ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ହେଲେ ଏକ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହାଛଡ଼ା ଦଫା 201 ପ୍ରମାଣ ନଷ୍ଟ ପାଇଁ 10 ହଜାର ଟଙ୍କା ଜରିମାନା ଏବଂ ଅନାଦେୟ କ୍ଷେତ୍ରରେ 6 ମାସ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ଭୁବନେଶ୍ୱର କୋର୍ଟରେ ଅଭିଯୁକ୍ତ ହାଜର ହେବା ପରେ ଆଜି ଦଣ୍ଡ ବିଧାନର ଶୁଣାଣି ହୋଇଥିଲା । ହତ୍ୟାକାଣ୍ଡର ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୂର୍ବରୁ ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

11 ଜଣ ସାକ୍ଷୀଙ୍କ ବୟାନ ଏବଂ 15 ଟି ଦଲିଲ ଆଧାରରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । 1995 ମସିହାରେ ତାଙ୍କ ଖାରବେଳ ନଗର ବାସଭବନରେ ରହସ୍ୟମୟ ଅବସ୍ଥାରେ ତାଙ୍କ ପତ୍ନୀଙ୍କର ମୃତଦେହ ମିଳିଥିଲା । ପ୍ରାରମ୍ଭରେ, ଏହା ଏକ ଅପମୃତ୍ୟୁ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଥିଲା ଏବଂ ପରେ ଏହାକୁ ହତ୍ୟା ମାମଲାରେ ରୂପାନ୍ତର କରାଯାଇଥିଲା ।

2014 ରେ ଗୁଣୁପୁର ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦଳ ଟିକେଟ୍ ନ ଦେବାରୁ ଗମାଙ୍ଗୋ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ।

1995 ରେ ନିର୍ବାଚନମଣ୍ଡଳୀରୁ ଜନତା ଦଳ ଟିକଟରେ ନିର୍ବାଚିତ ହୋଇଥିବା ଗମାଙ୍ଗୋ । 2000 ରେ ବିଜେପିରେ ଯୋଗ ଦେଇଥିଲେ । ସେ 2000 ମସିହାରେ ଗୁଣୁପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । 2009 ରେ ଟିକେଟ୍ ନ ମିଳିବାରୁ ସେ ବିଜେପି ଛାଡିଥିଲେ । କିନ୍ତୁ 2014 ରେ ଗୁଣୁପୁର ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଜେଡି ଟିକେଟ୍ ନ ଦେବାରୁ ସେ ବିଜେପିକୁ ପୁଣି ଫେରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+