ଗୁଜୁରାଟ ବିଧାନସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ସରିଛି ପ୍ରଚାର, ଆସନ୍ତା କାଲି ହେବ ଭୋଟ୍ ଗ୍ରହଣ
ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଗୁଜୁରାଟର 19 ଟି ଜିଲ୍ଲାରେ ମତଦାନ ଅନୁଷ୍ଠିତ ହେବ । ଏ ନେଇ ମତଦାନ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି । 50 ପ୍ରତିଶତ ମତଦାନ ବୁଥରେ ୱେବ୍ ପ୍ରସାରଣ କରାଯିବ ।
ଗାନ୍ଧୀନଗର: ବର୍ତ୍ତମାନ ସାରା ଦେଶର ନଜର ଗୁଜୁରାଟ ବିଧାନସଭା ନିର୍ବାଚନ ଉପରେ ରହିଛି । ଗୁଜୁରାଟର ବିଧାନସଭା ନିର୍ବାଚନ ପାଇଁ ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଏନେଇ ମଙ୍ଗଳବାର ପ୍ରଚାର ଶେଷ ହୋଇଛି ।
ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଗୁଜୁରାଟର 19 ଟି ଜିଲ୍ଲାରେ ମତଦାନ ଅନୁଷ୍ଠିତ ହେବ । ଏ ନେଇ ମତଦାନ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି । 50 ପ୍ରତିଶତ ମତଦାନ ବୁଥରେ ୱେବ୍ ପ୍ରସାରଣ କରାଯିବ । ମୋଟ 182 ଟି ଆସନ ମଧ୍ୟରୁ ଏହି ପର୍ଯ୍ୟାୟରେ 89 ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।

ଶାସକ ବିଜେପି ବ୍ୟତୀତ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରଦର୍ଶ କରିଛନ୍ତି । ସମସ୍ତ ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଏହି ନିର୍ବାଚନ ପାଇଁ ପ୍ରଚାର ପ୍ରସାର କରିଛନ୍ତି । ରାଜ୍ୟରେ ଶାସକ ବିଜେପି ନିଜ ଗଡ଼ ବଜାୟ ରଖିବା ନେଇ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ବିରୋଧୀ କଂଗ୍ରେସ ସରକାରକୁ ଫେରିବା ନେଇ ଆଶା ରଖିଛି ।
ଅପରପକ୍ଷରେ ରାଜ୍ୟ ଗୁଜୁରାଟ ବିଧାନସଭା ନିର୍ବାଚନରେ ନୂଆ କରି ଆସିଥିବା ଆମ୍ ଆଦମୀ ପାର୍ଟି ବିପୁଳ ବିଜୟ ସହ ସରକାର ଗଢିବ ବୋଲି ଦାବି କରୁଛି ।
ଗୁଜୁରାଟର ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ (ସିଇଓ) କହିଛନ୍ତି ଯେ 39 ଟି ରାଜନୈତିକ ଦଳର 788 ଜଣ ପ୍ରାର୍ଥୀ ଏବଂ 339 ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅଛନ୍ତି ।
ଜାଣି ରଖନ୍ତୁ, ଗୁଜୁରାଟର ଅବଶିଷ୍ଟ 93 ଟି ଆସନରେ ଡିସେମ୍ବର 5 ରେ ମତଦାନ ହେବ । ଉଭୟ ପର୍ଯ୍ୟାୟର ଫଳାଫଳ ଡିସେମ୍ବର 8 ରେ ଆସିବ ।












Click it and Unblock the Notifications