ଦୀପାବଳିରେ କେମିତି ଫୁଟାଇବେ ବାଣ, କଣ ରହିବ ଦୋକାନୀଙ୍କ ପାଇଁ ନିୟମ... ଗାଇଡଲାଇନ୍ ଜାରି କଲା ଅଗ୍ନିଶମ ବାହିନୀ
ଭୁବନେଶ୍ୱର: ଦିନକ ପରେ ଆଲୋକର ପର୍ବ ଦୀପାବଳି । ଏ ନେଇ ସବୁଆଡ଼େ ଉତ୍ସାବର ମାହୋଲ ଦେଖିବାକୁ ମିଳୁଛି । କିନ୍ତୁ ପରିବେଷ ପ୍ରଦୂଷଣ କୁ ନେଇ ବାଣ ଫୁଟା ଉପରେ ସୁପ୍ରିମ କୋର୍ଟଙ୍କ କିଛି ପ୍ରତିବନ୍ଧକ ଲୋକଙ୍କ ମନରେ ଦ୍ୱନ୍ଦ ଭରିଦେଇଛି । ତେବେ ସବୁଜ ବାଣ ତଥା green crackers ଫୁଟାଇବା ନେଇ ମିଳିଛି ଅନୁମତି ।

ତେବେ ବାଣ ଫୁଟାଇବା ସମୟରେ ଅନେକ ଦୁର୍ଘଟଣା ଦେଖିବାକୁ ମିଳିଥାଏ । ଦୁର୍ଘଟଣାରୁ ରକ୍ଷା ପାଇବା ସହ ସୁରକ୍ଷିତ ଭାବେ କିପରି ବାଣ ଫୁଟାଇବେ ସେ ନେଇ ଗାଇଡଲାଇନ୍ ଜାରି କରାଯାଇଛି । । ଅଗ୍ନିଶମ ଓ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ଜାରି ନିର୍ଦ୍ଦଶାବଳୀରେ କୁହାଯାଇଛି-
- ପିଲାମାନେ ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବେ ।
- ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି ।
- ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ ।
- ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ ।
- ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ ।
- ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ।
ସେହିପରି ବାଣ ଦୋକାନୀଙ୍କ ପାଇଁ ନିୟମ ଜାରି ହୋଇଛି । ଉଭୟ ସ୍ଥାୟୀ ଓ ଅସ୍ଥାୟୀ ବାଣ ଦୋକାନ ପାଇଁ ଅଲଗା ଅଲଗା ଗାଇଡ ଲାଇନ ଜାରି କରାଯାଇଛି । କୌଣସି ପ୍ରକାର ଅଘଟଣ ଯେପରି ନ ଘଟେ ତାହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆ ଯାଇଛି । ଏହି ଗାଇଡ ଲାଇନ ଅନୁସାରେ
- ବାଣ ଦୋକାନ ଚାରିପଟେ ପଲିଥିନ୍ ଓ ଦହନଶୀଳ ପଦାର୍ଥ ରଖିବେନି ।
- ଦୋକାନ ପରସ୍ପରଠାରୁ ଅତି କମରେ 10 ଫୁଟ୍ ଦୂରତା ରଖିବେ । କୌଣସି ତେଲ ଦୀପ, ଗ୍ୟାସ୍ ଦୀପ, ଖୋଲା ଲାଇଟ୍ ବ୍ୟବହାର କରାଯିବନି । କେବଳ ସ୍ୱୀକୃତିପ୍ରାପ୍ତ ଦୋକାନୀ ବାଣ ବିକିବେ ।
- ଅନ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ବିକିବେନି ।
- ଅଗ୍ନି ନିର୍ବାପକ ସବୁ ବ୍ୟବସ୍ଥା ଗ୍ରହଣ କରିବେ ।
- ସରକାରୀ ପ୍ରମାଣିତ ବୈଦ୍ୟୁତିକ ଠିକାଦାରଙ୍କ ଦ୍ୱାରା ବିଦ୍ୟୁତ୍ ତାର ଏବଂ ସଂଯୋଗ ଠିକ୍ ଭାବରେ କରାଯିବା ଉଚିତ୍ ।
- ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବାଣ ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂ ଓ ଧୂମ୍ରପାନକୁ କଡ଼ାକଡ଼ି ଭାବେ ନିଷେଧ କରିବା ଆବଶ୍ୟକ ଏବଂ ଦୋକାନରେ ନିର୍ଦ୍ଦିଷ୍ଟ ସ୍ଥାନରେ "ଧୂମ୍ରପାନ ନିଷେଧ" ବୋର୍ଡ ପ୍ରଦର୍ଶନ କରାଯିବା ଉଚିତ୍ ।
- ଦୋକାନରେ ଆବଶ୍ୟକୀୟ ଅଗ୍ନି ନିର୍ବାପକ ଯନ୍ତ୍ର, ଓଦା ବସ୍ତା ଓ 200 ଲିଟର କ୍ଷମତା ବିଶିଷ୍ଟ ପାଣି ଡ୍ରମ୍ ଏବଂ ଶୁଖିଲା ବାଲି ଥିବା ଗୋଟିଏ ବାଲଟି ରଖାଯିବା ଆବଶ୍ୟକ ।
- ଧାରଣତଃ ଏହା ଭୂତଳ କିମ୍ବା ଘରର ମଝି ମହଲା, ଉପର ମହଲା ଇତ୍ୟାଦିରେ ରହି ପାରିବ ନାହିଁ । ଏଥି ସହିତ ବାଣ ଗୁଡିକ ସିଡି/ ଲିଫ୍ଟ୍ ନିକଟରେ ମଧ୍ୟ ଗଚ୍ଛିତ କରି ରଖାଯିବ ନାହିଁ ।












Click it and Unblock the Notifications