Get Updates
Get notified of breaking news, exclusive insights, and must-see stories!

ଜନ୍ମମାଟିରେ ସହିଦ ଓଡ଼ିଆ ଯବାନ ପ୍ରକାଶଙ୍କୁ ଗାର୍ଡ ଅଫ୍ ଅନର

ବାଲେଶ୍ୱର: ଜନ୍ମମାଟିରେ ବୀର ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର । ଦିଆଯାଉଛି ଶେଷ ସମ୍ମାନ । ସହିଦ୍ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଅଳଙ୍କୁ ଦିଆଯାଇଛି ଗାର୍ଡ ଅଫ୍ ଅନର୍ ।

ଆଜି ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରକାଶଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ବିଏସଏଫ ଓ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିଲେ ପ୍ରକାଶ ।

prakash siala

2006 ରୁ ବିଏସଏଫରେ ଯୋଗ ଦେଇ ଦୀର୍ଘ 17 ବର୍ଷ ଦେଶ ସେବାରେ ନିୟୋଜିତ ଥିଲେ । ଦେଶ ମାତୃକାର ସେବା କରି ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ।

ଛତିଶଗଡ଼ଠାରେ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଅଳ ଶହୀଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଛତିଶଗଡ଼ଠାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସୀମା ସୁରକ୍ଷା ବାହିନୀରେ କାର୍ଯ୍ୟରତ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଅଳଙ୍କ ଶହୀଦ ଖବର ବିଷୟରେ ଜାଣି ସେ ଦୁଃଖିତ । ଦେଶ ସେବା ପାଇଁ ତାଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।

ଉଲ୍ଲଖଥାଉକି, ନିର୍ବାଚନୀ ସୁରକ୍ଷା ଦାୟିତ୍ୱରେ ଥିଲେ ପ୍ରକାଶ ଶିଅଳ । ଗତ ସୋମବାର କାଙ୍କେର ଜିଲ୍ଲାରେ ନକ୍ସଲଙ୍କ ଦ୍ୱାରା ହୋଇଥିବା ଆଇଇଡି ବିସ୍ଫୋରଣରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ହେଲିକପ୍ଟରରେ ଏୟାରଲିଫ୍ଟ କରାଯାଇ ରାଜଧାନୀ ରାୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସାଧାରଣ ନିର୍ବାଚନ ପାଇଁ ଗତ କିଛି ଦିନ ହେବ ମାଓବାଦୀଙ୍କ ହିଂସାକାଣ୍ଡ ପାଇଁ ଅଶାନ୍ତ ହୋଇପଡ଼ିଥିବା ସୁକମା ଜିଲ୍ଲା‌ରେ ତାଙ୍କର ଡ୍ୟୁଟି ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+