ଭୁବନେଶ୍ୱର ଷ୍ଟେସନରୁ ଗୋମାଂସ ଚାଲାଣ, ଜଣେ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ରେଳଷ୍ଟେସନରୁ ଚାଲାଣ ହେଉଥିଲା ଗୋମାଂସ । ରେଳଷ୍ଟେସନରୁ ଗୋମାଂସ ପ୍ୟାକେଟ୍ ଜବତ ହୋଇଛି । ଏସବୁ ଟ୍ରେନରେ ସିକନ୍ଦରାବାଦକୁ ପଠାଯାଉଥିଲା । ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ୟାକେଟକୁ ଜବତ କରିଛି ।

beef smuggling

ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ରେଳ ଷ୍ଟେସନରେ କିଛି ପ୍ୟାକେଟ ରଖାଯାଇଥିଲା । ଯାହାକୁ ବିଶାଖା ଟ୍ରେନରେ ସିକନ୍ଦରାବାଦ ପଠାଯିବାର ଥିଲା । ଏ ନେଇ ଗୋସେବା ପରିଷଦ ପକ୍ଷରୁ ଜିଆରପି ପୋଲିସକୁ ଖବର ଦିଆଯାଇଥିଲା । ଏହାପରେ ଜିଆରପି ପୋଲିସ ଓ ଆରପିଏଫ୍ ମିଳିତ ଭାବେ ପ୍ୟାକେଟକୁ ଜବତ କରିଥିଲେ । ଏହାପରେ ସେଥିରେ ଗୋମାଂସ ଥିବା ଜଣାପଡିଥିଲା । ଏଥିସହ ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।
ତେବେ ଏହି ଘଟଣାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି , ଆଉ କେଉଁ ମାନେ ଏଥିରେ ସାମିଲ ରହିଛନ୍ତି , ସେ ନେଇ ପୋଲିସ ଛାନଭିନ୍ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+