ମୁକୁଳା ପଡିଲା ବେଦୀ : ବାହାଘର ଦିନ ଫୋନ ଆସିଲା ‘ବର କରୋନା ପଜିଟିଭ୍'

ବାହାଘର ପାଇଁ ସବୁ ପ୍ରକାରର ପ୍ରସ୍ତୁତି ସରିଥିଲା। ଉଭୟ ବର ଏବଂ କନ୍ୟା ପ୍ରସ୍ତୁତ । ବେଦି ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲା। ସମସ୍ତ ବନ୍ଧୁ ବାନ୍ଧବ ହସ ଖୁସିରେ ଥିଲେ। ଆଉ ଏହି ସମୟରେ ଖବର ଆସିଲା ‘ବର କରୋନା ପଜିଟିଭ୍'।

ସାନଖେମୁଣ୍ଡି : ବାହାଘର ପାଇଁ ସବୁ ପ୍ରକାରର ପ୍ରସ୍ତୁତି ସରିଥିଲା। ଉଭୟ ବର ଏବଂ କନ୍ୟା ପ୍ରସ୍ତୁତ । ବେଦି ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲା। ସମସ୍ତ ବନ୍ଧୁ ବାନ୍ଧବ ହସ ଖୁସିରେ ଥିଲେ। ଆଉ ଏହି ସମୟରେ ଖବର ଆସିଲା 'ବର କରୋନା ପଜିଟିଭ୍'। ହଠାତ ଚାରିଆଡ଼େ ହୋଇଗଲା ଶୂନଶାନ । ସ୍ୱାସ୍ଥ୍ୟ ବିଭାଗଠାରୁ ଖବର ପାଇ ପ୍ରଶାସନିକ ଅଧିକାରୀମାନେ ବର ଘରେ ପହଞ୍ଚି ଯାଇଥିଲେ । ଏହି ଘଟଣାଟି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଦସେଇପୁର ଗାଁରେ ଘଟିଛି । ବର୍ତ୍ତମାନ ଉଭୟ କନ୍ୟା ଓ ବର ହୋମ ଆଇସୋଲେସନରେ ରହିଥିବା ଜଣାପଡ଼ିଛି ।

marriage-corona

ଦସେଇପୁର ଗ୍ରାମରେ ରାଜେନ୍ଦ୍ର ଦଣ୍ଡିଆଙ୍କ ବାହାଘର ଥିଲା। କୋଭିଡ୍ ନିୟମ ଉଲ୍ଲଂଘନ କରି ପ୍ରାୟ ୪ ଶହ ଲୋକଙ୍କ ପାଇଁ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା । ଏପରିକି ସ୍ୱାସ୍ଥ୍ୟ ଟିମର ଡାକ୍ତର ବରକୁ ପଜିଟିଭ ବୋଲି ଫୋନ କରି ଜଣାଇଥିଲେ ମଧ୍ୟ ପରିବାରବର୍ଗ ଏହି କଥାକୁ ବେଖାତିର କରିଥିଲେ । ଫଳରେ ସ୍ୱାସ୍ଥ୍ୟ ଟିମ୍ ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ବିଡିଓ, ତହସିଲଦାର ଓ ଆଇଆଇସି ବର ଘରେ ପହଞ୍ଚିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+