ବରଯାତ୍ରୀ ଉପରେ ଚଢିଗଲା ବର ଗାଡ଼ି, ଜଣେ ମୃତ
ବରଯାତ୍ରୀ ଉପରେ ଚଢିଗଲା ବରଗାଡ଼ି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 9 ଜଣ ଆହତ ହୋଇଛନ୍ତି ।

ବଲାଙ୍ଗୀର: ବରଯାତ୍ରୀ ଉପରେ ଚଢିଗଲା ବରଗାଡ଼ି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 9 ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 2 ଝଣ ଗୁରୁତର ଆହତ ଅଛନ୍ତି । ଗୁରୁତରଙ୍କୁ ବଲାଙ୍ଗୀର ବିବିଏମସିଏଚ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ଏମିତି ଏକ ଏଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲର ବାଘଝରଣ ଗାଁ ରେ । ଏହି ମାମଲାରେ ଗାଡ଼ିଚାଳକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ହୁତାଶନ ବରିହାଙ୍କ ବିବାହ ପାଇଁ ବରଯାତ୍ରୀ ବାହାରିଥିଲା । ଏହି ସମୟରେ ହଠାତ ବର ବସିଥିବା କାରଟି ଲୋକଙ୍କ ଉପରେ ଚଢିଯାଇଥିଲା । ଫଳରେ ଜମଙ୍କର ମୃତ୍ୟୁ ହୋଇଛି । ଗୁରୁତରଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ଝଣକ ହେଲେ ରାଜା ବରିହା ।












Click it and Unblock the Notifications