ଦାୟିତ୍ୱ ନେବା ପରେ ପୁଣି ଜଗା ଦର୍ଶନ କରି ନେଲେ ଆଶିଷ
ପୁରୀ: ଦାୟିତ୍ୱ ଗ୍ରହଣ ପରେ ପୁଣି ଜଗା ଦର୍ଶନ କରିଛନ୍ତି ଓଡ଼ିସାର ରାଜ୍ୟପାଳ ରଘୁବର ଦାସ । ରାଜ୍ୟର 26 ତମ ରାଜ୍ୟପାଳ ଭାବରେ ଶପଥ ନେବାପରେ ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ନେଇଛନ୍ତି ।
ଶପଥ ଗ୍ରହଣ ପୂର୍ବରୁ ମଧ୍ୟ ସପରିବାରେ ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଓଡ଼ିଶାର ଗରିବଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ । ଏହା ପରେ ଅର୍ଥାତ ଶପଥ ଗ୍ରହଣର ଗୋଟିଏ ଦିନ ପରେ ପୁଣିଥରେ ଶ୍ରୀମନ୍ଦିର ପହଞ୍ଚିଛନ୍ତି ରାଜ୍ୟପାଳ ।

ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ଗସ୍ତ ବେଳେ ସିଂହଦ୍ୱାର ଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସିଂହଦ୍ଵାର ଠାରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ଓ ଏସପି ଓ ସେବାୟତଙ୍କ ପକ୍ଷରୁ ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ଏହା ସହ ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ସେବାୟତମାନେ ରାଜ୍ୟପାଳଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ୱାଗତ କରିଥିଲେ । ପ୍ରଥମେ ପତିତପାବନଙ୍କ ଦର୍ଶନ କରିବା ପରେ ଭିତରକାଠ ନିକଟରୁ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିଥିଲେ ରାଜ୍ୟପାଳ । ପରେ ମା ମହାଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ପ୍ରାୟ ଅଧ ଘଣ୍ଟାଏ ସେ ଶ୍ରୀମନ୍ଦିର ଭିତରେ ଅତିବାହିତ କରିଥିଲେ ।












Click it and Unblock the Notifications