Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଆଉ 28 ଜିଲ୍ଲା ଗଠନ ପାଇଁ ଆସିଛି ଦାବି, ଏହି ସବୁ ଜିଲ୍ଲାରୁ ମିଳିଛି ଦାବି

ଭୁବନେଶ୍ୱର: ରାଜ୍ୟରେ ଆଉ 28 ନୂଆ ଜିଲ୍ଲା ଗଠନ ନେଇ ଆସfଛି ଦାବି ପତ୍ର । ଏହା ପରେ ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ପ୍ରଚଳିତ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂଆ ଜିଲ୍ଲା ଗଠନ କରିବା ପାଇଁ ଦାବି ଉପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

assembly

ରାଜ୍ୟରେ ଆଉ 28 ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ଆସିଛି । ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

ପଦ୍ମପୁର, ଧର୍ମଗଡ଼ ଓ କଣ୍ଟାବାଞ୍ଜି ସହ 28 ନୂଆ ଜିଳ୍ଲା ପାଇଁ ଦାବି ହୋଇଛି । ମୟୂରଭଞ୍ଜ ଜିଲ୍ଲାକୁ ଭାଙ୍ଗି 5 ଟି ଜିଲ୍ଲା କରିବା ପାଇଁ ଦାବି ହୋଇଛି । ମୟୁରକ୍ଷଞ୍ଜ, ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର, ଖିଚିଂ ଓ କରଞ୍ଜିଆ ଜିଲ୍ଲା କରିବାକୁ ଦାବି ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାକୁ ମଧ୍ୟ ଭାଙ୍ଗି 5ଟି ଜିଲ୍ଲା କରିବା ପାଇଁ ଦାବି ସରକାରଙ୍କୁ ମିଳିଛି ।

ସେହିପରି ବାଲେଶ୍ୱରକୁ ଭାଙ୍ଗି 4ଟି, ବଲାଙ୍ଗିର ଜିଲ୍ଲାକୁ 4ଟି ଏବଂ କଟକ ଓ ଅନୁଗୁଳ ଜିଲ୍ଲାକୁ ଭାଙ୍ଗି 3 ଟି ଲେଖାଏଁ ଜିଲ୍ଲା କରିବା ପାଇଁ ସରକାରଙ୍କ ନିକଟରେ ଦାବି ହୋଇଛି । ତେବେ ଏନେଇ ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯିବ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+