ମଟନ୍ ଲୋଭୀ ବରକୁ ପାନେ ଦେଲେ କନିଆଁ, ଶିଶୁପାଳ ହୋଇ ଫେରିଲା ବର
ବାହାଘରରେ ସାଧାରଣତଃ ବରପକ୍ଷରୁ ଯୌତୁକ ଦାବିକୁ ନେଇ ବିବାଦ ଦେଖା ଦେବା ଏବଂ ପରେ ବାହାଘର ଭାଙ୍ଗିଯିବା କଥା ଆପଣ ଶୁଣିଥିବେ । କିନ୍ତୁ କେବେ ବାହାଘର ଭୋଜିକୁ ନେଇ ବାହାଘର ନ ହେବା ଘଟଣା ଆପଣଙ୍କ ଦୃଷ୍ଚିରେ ନଥିବ । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ ।
ମଟନ୍ ଲୋଭୀ ବରକୁ ପାନେ ଦେଇଛନ୍ତି ସଚେତନ କନିଆଁ । ମଟନ୍ ପାଇଁ ଜିଦ୍ ଧରିବାରୁ ବାହା ହେବାକୁ ସିଧଆ ସିଧା ମନା କରିଦେଇଛନ୍ତି ଯୁବତୀ ଜଣକ । ଫଳରେ ବରକୁ ଶିଶୁପାଳ ହୋଇ ଫେରିବାକୁ ପଡ଼ିଛି ।

ଘଟଣା ଟି ଘଟିଛି ସମ୍ବଲପୁର ସହର ଧମା ଥାନା ଅଞ୍ଚଳରେ । ଏହି ଅଞ୍ଚଳର ଜଣେ ଯୁବତୀଙ୍କ ସହ ସୁନ୍ଦରଗଡ଼ର ଜଣେ ଯୁବକଙ୍କ ବାହାଘର ଠିକ୍ ହୋଇଥିଲା । ବାଜା ବାଣ ବଜାଇ ରୋଷଣୀ କରି ଆସିଥିଲା ବର । ହେଲେ ସାମାନ୍ୟ ମଟନ୍ ପାଇଁ ଅଧାରେ ଅଟକିଗଲା ବାହାଘର । ନିଶାସକ୍ତ ବରଯାତ୍ରୀ ମଟନ୍ ସରିଯିବାକୁ ନେଇ ହଙ୍ଗାମା କରିବା ସହ ବିନା ମଟନ୍ ରେ ବାହାଘର ହୋଇପାରିବ ନାହିଁ ବୋଲି ଜିଦ୍ ଧରିଥିଲେ । ଏପରିକି ବର ମଧ୍ୟ ଏଥିରୁ ନିବୃତ୍ତ ରହି ନଥିଲା ।
ଝିଅ ପକ୍ଷରୁ ବାପା, ଦାଦା, ଭାଇ ବରଯାତ୍ରୀଙ୍କୁ କ୍ଷମା ମାଗିଥିଲେ ମଧ୍ୟ ନିଜ ଜିଦ୍ ରେ ଅଟଳ ଥିଲେ ବର ପକ୍ଷ । କଥା କନିଆଁ କାନରେ ପଡ଼ିବା ପରେ ବାହା ନ ହେବାକୁ ସିଧା ସିଧା ମନା କରିଦେଇଥିଲେ ଯୁବତୀ ଜଣକ । ବାପା ଭାଇଙ୍କୁ ସମ୍ମାନ ମିଳୁନଥିବା ଜାଗାରେ ସେ ବିବାହ କରିବେନି ବୋଲି ସଫା ସଫା ଶୁଣାଇ ଦେଇଥିଲେ । ପରେ ଶିଶୁପାଳ ହୋଇ ଘରକୁ ପେରିଲା ବର ।
ଏହି ଘଟଣା ସମ୍ବଲପୁର ସହ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସମସ୍ତେ କନିଆଁଙ୍କୁ ପ୍ରଶଂସା କରୁଛନ୍ତି ।












Click it and Unblock the Notifications