ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍ ଲିକ୍ ହୋଇ 19 ଗୁରୁତର

ଢେଙ୍କାନାଳ : ଟାଟା ଷ୍ଟିଲ ପ୍ଲାଣ୍ଟରେ ଘଟିଛି ଅଘଟଣ । ଗ୍ୟାସ ଲିକ୍ ହୋଇ ଆହତ ହୋଇଛନ୍ତି 19 ଶ୍ରମିକ । କଣ୍ଟାବଣିଆ ମେରାମଣ୍ଡଳୀସ୍ଥିତ ଟାଟା ଷ୍ଟିଲ କାରଖାନାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି । କାରଖାନା ଭିତରକୁ ପ୍ରବେଶ ନିଷେଧ କରାଯାଇଛି । ବ୍ଲାଷ୍ଟ ଫର୍ନେସ 52 ରେ ପାଇପ ଫାଟି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । କେତେଜଣ ଆହତଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ମାତ୍ର ଅନ୍ୟମାନଙ୍କ ଅବସ୍ଥା ସ୍ୱାବାବିକ ରହିଛି ।
ଷ୍ଟିମ ପାଇପ ଫାଟି ଯିବାରୁ ସେଥିରୁ ଗରମ ପାଣି ପଡି 19 ଜଣ ଆହତ ହୋଇଛନ୍ତି । ଖବର ପାଇ ଜିଲ୍ଲା ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପ୍ଲାଣ୍ଟ କର୍ମଚାରୀ ଓ ଅନ୍ୟମାନଙ୍କୁ ପଚରାଉଚରା କରୁଛି ।












Click it and Unblock the Notifications