Cricket world cup 2023: ଚକ୍ ଖଡ଼ିରେ ବିଶ୍ୱକପ୍ ! 10 ଦଳର ଖେଳାଳିଙ୍କ ପ୍ରତିମୂର୍ତ୍ତି କଲେ ଏହି ଓଡିଆ ଶିଳ୍ପୀ
Cricket world cup 2023: କ୍ରିକେଟ୍ ମହାସମର ଉପରେ ସାରା ବିଶ୍ୱର ରହିଛି ନଜର । ଆଜି ଠାରୁ ପ୍ରଥମ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଉତ୍ସାହିତ ଅଛନ୍ତି କ୍ରିକେଟ୍ ପ୍ରେମୀ । ଗାଁ ଠାରୁ ସହର ସବୁଆଡ଼େ କ୍ରିକେଟ୍ ବିଶ୍ୱକପ୍ ମାହୋଲ ।
କ୍ରିକେଟ୍ ବିଶ୍ୱକପ୍ ର ଏହି ମାହୋଲ ମଧ୍ୟରେ ଏକ ନିଆରା କଳା ଦେଖାଇଛନ୍ତି ଜଣେ ଓଡ଼ିଆ ପୁଅ । ଚକ୍ ଖଡ଼ିରେ ତିଆରି କରିଛନ୍ତି ବିଶ୍ୱକପ୍ ଟ୍ରଫି । କେବଳ ଏତିକି ନୁହଁ, 10 ଦଳର କ୍ୟାପଟେନଙ୍କ ପ୍ରତିମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି । ଗୋଟିଏ ଗୋଟିଏ ଚକ୍ ଖଡ଼ିରେ ଅତି ନିଖୁଳ କାରିଗରି ସହ ଅତି ସୁନ୍ଦର ପ୍ରତିମୂର୍ତ୍ତି ତିଆରି କରିଛନ୍ତି ବିଜୟ କୁମାର ରେଡ୍ଡୀ ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ବିଜୟ କୁମାର ରେଡ୍ଡୀଙ୍କ ଏହି କଳାକୃତିକୁ କ୍ରିକେଟ୍ ପ୍ରେମୀ ଅନେକ ପ୍ରଶଂସା କରିଛନ୍ତି । ବିଜୟ ଜଣେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର । ତଥାପି World cup ପୂର୍ବରୁ ବିଜୟଙ୍କ ଏପରି କଳାକୃତି ତାଙ୍କୁ ଜଣେ ନିଖୁଳ କଳାକାରର ପରିଚୟ ଦେଇଛି ।
ପ୍ରତ୍ୟେକ ଚକ୍ ମୂର୍ତ୍ତିର ଉଚ୍ଚତା ରହିଛି ଏକ ଇଞ୍ଚ । ମୂର୍ତ୍ତି ଗୁଡ଼ିକ ଛୋଟ ହୋଇଥିବାରୁ ଖୁବ୍ ଆକର୍ଷଣୀୟ ହୋଇଛି ।
ଏନେଇ କେ, ବିଜୟ କୁମାର ରେଡ୍ଡୀ କହିଛନ୍ତି, ବିଶ୍ୱକପ୍ ପାଇଁ ଦଳ ଓ ସେମାନଙ୍କ ଅଧିନାୟକ ଘୋଷଣା ହେବାପରେ ମୁଁ ନିଆରା କଳାରେ କିଛି କରି ଦେଖାଇବାକୁ ଚାହୁଁଥିଲି । ତେଣୁ ଚକ୍ରେ ଟ୍ରଫି ସହ ଅଧିନାୟକ ମାନଙ୍କ ପ୍ରତିମୂର୍ତ୍ତି ତିଆରି କରିବାକୁ ଯୋଜନା କରିଥିଲି । ପ୍ରତ୍ୟେକ ଚକ୍କୁ ଅତି ଯତ୍ନର ସହ ଧରି ମୂର୍ତ୍ତି ତିଆରି କରିଥିଲି । ଏହି କାର୍ଯ୍ୟ ପାଇଁ 15 ଦିନ ସମୟ ଲାଗିଥିବା କହିଛନ୍ତି କେ, ବିଜୟ କୁମାର ରେଡ୍ଡୀ ।












Click it and Unblock the Notifications