ପବିତ୍ର ମାଘ ପୂର୍ଣ୍ଣିମା: ଗଜୋଦ୍ଧାରଣ ବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ

ପୁରୀ: ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ଗଜ ଉଦ୍ଧାରଣ ବେଶ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ହେବା ପରେ ସିଂହାରୀ ସେବକଙ୍କ ଦ୍ୱାରା ଏହି ବେଶ ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପରେ ମହାପ୍ରଭୁଙ୍କୁ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବ । ସନ୍ଧ୍ୟା ଧୂପ ଶେଷ ପରେ ସର୍ବସାଧାରଣ ଦର୍ଶନ ବା ସାହାଣମେଳା ଅନୁଷ୍ଠିତ ହେବ । ସାହାଣ ମେଳା ଦର୍ଶନ ପରେ ମହାସ୍ନାନ ହୋଇ ଶ୍ରୀଜିଉ ମାନଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବ ।

Gajaudhharana Vesah

ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବେ । ଗରୁଡ ଉପରେ ବସିବା ଢଙ୍ଗିରେ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ । ଠାକୁରଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢ ଧରି ଦଣ୍ଡାୟମାନ ହୋଇଥିବେ । ସୋଲ, ଜରି, ଜମ୍ୱୁରା, କନା, କଇଁଥ ଅଠାରେ କୁଶଳୀ କାରିଗରଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ଅଳଙ୍କାର ମାନ ଠାକୁରଙ୍କୁ ଲାଗି ହୋଇଥାଏ । ଅପରାହ୍ନରେ ଠାକୁରଙ୍କ ଏହି ବେଶ ପ୍ରସ୍ତୁତି ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ବେଶ ଆରମ୍ଭ ହେବ ।

ପୌରାଣିକ କଥା ବସ୍ତୁ ଅନୁଯାୟୀ, ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । ଗଜରାଜ କ୍ଷତବିକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ।‌ ଭକ୍ତର ଡାକ ଶୁଣି ଠାକୁର କୁମ୍ଭୀର କବଳରୁ ଗଜରାଜଙ୍କୁ ଉଦ୍ଧାର କରିଥିଲେ । ଏହି କଥାବସ୍ତୁ ଆଧାରରେ ଶହ ଶହ ବର୍ଷ ଧରି ଠାକୁରଙ୍କ ଏହି ଗଜଉଦ୍ଧାରଣ ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଆସୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+