ସରିଲା ଢ଼େଙ୍କାନାଳ ପ୍ରସିଦ୍ଧ ଗଜ ଲକ୍ଷ୍ମୀ ପୂଜା: ଆଜି ଭସାଣ ଉତ୍ସବ
ସରିଲା ଢ଼େଙ୍କାନାଳ ପ୍ରସିଦ୍ଧ ଗଜ ଲକ୍ଷ୍ମୀ ପୂଜା । ଆଜି ଭସାଣ ଉତ୍ସବ । ଏଗାର ଦିନର ପୂଜା ପରେ ଧରାପୃଷ୍ଠୁରୁ ବିଦାୟ ନେବେ ମା ଧନଦାତ୍ରି ।ଦୀର୍ଘ ଏଗାର ଦିନ ଧରି ମୋଟ ୩୮ ଗୋଟି ପୂଜା ମଣ୍ଡପ ରେ ପୂଜା ପାଉଥିଲେ ମା।
ଭସାଣକୁ ଶାନ୍ତି ଶୃଙ୍ଖଳାର ସହ କରିବା ନେଇ ପ୍ରଶାସନ ଓ ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସକାଳୁ ସମସ୍ତ ମେଢ଼ ମଣ୍ଡପରୁ ବାହାରିଛନ୍ତି ।
ପ୍ରଥମେ ରାଜନଅର ପାଖରେ ସବୁ ମେଢ଼ ଏକତ୍ର ହେବାପରେ ଭସାଣୀ ଶୋଭାଯାତ୍ରା ଆରମ୍ଭ କରାଯିବ। ରାତ୍ର ୧୧ ଟା ମଧ୍ୟରେ ସମସ୍ତ ମୂର୍ତ୍ତି ବିସର୍ଜନ ହେବା ସହ ଡିଜେକୁ ପ୍ରଶାସନ ପକ୍ଷରୁ ଵ୍ୟାନ କରାଯାଇଛି ।

କାଠସଂଖ,କୁଞ୍ଜକାନ୍ତ ଓ ଫଟାବନ୍ଧ ନିକଟରେ ଚିହ୍ନଟ କରାଯାଇଥିବା ଜଳାଶୟରେ ମୂର୍ତ୍ତି ଗୁଡିକ ବିସର୍ଜନ କରାଯିବା ନେଇ ନିଷ୍ପତି ନିଆଯାଇଛି ।












Click it and Unblock the Notifications