ଚନ୍ଦ୍ରାୟନ, ଆଦିତ୍ୟ L1 ପରେ ଏବେ ଗଗନାୟନ, 400 କିଲୋମିଟର ମହାକଶକୁ ଯିବେ ମହାକାଶଚାରୀ

ଭୁବନେଶ୍ୱର: ଚନ୍ଦ୍ରୟାନ ଓ ଆଦିତ୍ୟର ସଫଳତା ପରେ ଏବେ ମହାକାଶକୁ ଯାତ୍ରା କରିବାକୁ ପ୍ରସ୍ତୁତି ଚଳାଇତି ଇସ୍ରୋ । ଏହି ପ୍ରୋଜେକ୍ଟ ହେଉଛି ଗଗନୟାନ । ଏହାଦ୍ୱାରା ମହାକାଶ ମିଶନ ଜରିଆରେ ମହାକାଶ ଯାତ୍ରୀଙ୍କୁ ମହାକାଶକୁ ନେଇ ଯିବ । ଇସ୍ରୋର ଗଗନାୟନ ମିଶନରେ ମହାକାଶଯାତ୍ରୀମାନେ ପୃଥିବୀ ଠାରୁ 400 କିଲୋମିଟର ଉପରକୁ ମହାକାଶକୁ ଯାତ୍ରା କରିପାରିବେ । ଏଥିପାଇଁ ଇସ୍ରୋ ଭାରତୀୟ ବାୟୁସେନାରୁ ମହାକାଶଯାତ୍ରୀଙ୍କୁ ବଛାଯିବ ।

gaganayan

ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା 2024 ଆରମ୍ଭରୁ ଏହି ମିଶନ ହେବା ନେଇ ଯୋଜନା ରହିଛି । ଚନ୍ଦ୍ରଯାନ ଓ ଆଦିତ୍ୟ L1 ଭଳି ଏହି ଗଗନୟାନ ପ୍ରୋଜେକ୍ଟ ପାଇଁ ଓଡ଼ିଶାର ଅବଦାନ ରହିଛି । ଗଗନୟାନରେ ଲାଗିବ ଓଡିଶା ସିଟିଟିସିରେ ନିର୍ମାଣ ହୋଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ । ଗଗନୟାନ ପ୍ରୋଜେକ୍ଟ ପାଇଁ ଯନ୍ତ୍ରାଂଶ ନିର୍ମାଣ ନିର୍ଦ୍ଦେଶ ପାଇବା ପରେ କାମରେ ଲାଗିଛନ୍ତି ଭୁବନେଶ୍ୱର ସିଟିଟିସିର 120 ଜଣ କର୍ମଚାରୀ । ଏହି ସିଟିଟିସିରେ ନିର୍ମାଣ ହେଉଛି ପାଖାପାଖି 12500 ଛୋଟରୁ ବଡ଼ ଯନ୍ତ୍ରାଂଶ । ଚଳିତ ମାସ 23 ତାରିଖ ସୁଦ୍ଧା ସମସ୍ତ ଯନ୍ତ୍ରାଂଶ ନିର୍ମାଣ ଶେଷ କରି ଇସ୍ରୋକୁ ପଠାଇବା ପାଇଁ ଡେଡଲାଇନ ଥିବାବେଳେ ପ୍ରାୟ ସମସ୍ତ ଯନ୍ତ୍ରାଂଶ ନିର୍ମାଣ କାମ ଶେଷ ହୋଇଥିବା କହିଛନ୍ତି ସିଟିଟିସି ଜେନେରାଲ ମ୍ୟାନେଜର ।

2014 ଓ 2018 ମସିହାରେ ଗଗନୟାନର କ୍ରିଉ ମଡେଲ ଟେଷ୍ଟିଂ ସଫଳତାର ସହ ହୋଇସାରିଛି । ତିନିଜଣ ଏୟାରଫୋର୍ସ ପାଇଲଟ ଗଗନୟାନରେ ଯାଇ ତିନି ଦିନ ରହି ସୁରକ୍ଷିତ ଭାବେ ଫେରିବେ । ସେମାନଙ୍କ ଟ୍ରେନିଂ ମଧ୍ୟ ଚାଲିଛି । ଗଗନୟାନ ପ୍ରୋଜେକ୍ଟ ସଫଳ ହେବା ନେଇ ସମସ୍ତେ ଆଶାବାଦୀ ଅଛନ୍ତି ।

ଗତବର୍ଷ କେନ୍ଦ୍ର ସରକାର 'ଗଗନାୟନ' ପ୍ରୋଜେକ୍ଟ ପାଇଁ 10 ହଜାର କୋଟି ଟଙ୍କା ମଞ୍ଜୁର ମଧ୍ୟ କରିଥିଲେ । ଏହା ଭାରତର ଏକମାତ୍ର ଅନ୍ତରୀକ୍ଷ ମିଶନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+