ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ, ପହଁଞ୍ଚିଲା ନୂଆ ଧାନ

ସମ୍ବଲପୁର: ମା' ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏଥି ଲାଗି ସମଲେଶ୍ୱରୀ ମନ୍ଦିରରେ ପହଁଞ୍ଚିଛି ନୂଆ ଧାନ । ଆସନ୍ତା 20 ତାରିଖରେ ନୂଆଖାଇ ପର୍ବ ପାଳନ ପାଇଁ ଲଗ୍ନଧାର୍ଯ୍ୟ ହୋଇଥିବା ବେଳେ ପୂର୍ବାହ୍ନ 10.27 ରୁ 10.47 ମିନିଟ୍ ମଧ୍ୟରେ ଲାଗି ହେବ ନବାନ୍ନ ।

nua khai

ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସାରା ପଶ୍ଚିମ ଓଡିଶା । ଏହି ଦିନ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଲାଗି ହେବ ନୂଆଁଧାନ । ବ୍ରହ୍ମ ପଣ୍ଡିତ ମହାସଭା ଦ୍ୱାରା ଲଗ୍ନ ନିର୍ଦ୍ଧାରିତ କରାଯାଇଛି । ତା ପରେ ସମସ୍ତେ ନିଜ ନିଜ ଘରେ ନୂଆଁଧାନକୁ ପୂଜା କରି ନୂଆଁଖାଇ ପାଳନ କରିବେ ।

ମା'ଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଞ୍ଚଳର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି । ଏହି ନୂଆଁଧାନକୁ ଗଣେଷ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରିବେ l ଏହା ପରେ କେଣ୍ଡାରୁ ଧାନ ଅଲଗା କରି ତାକୁ ଭାଜି ଚାଉଳ ବାହାର କରିବେ । ପରେ ଗୁଡ ଓ ଘିଅ ଦେଇ ନବାନ୍ନ ପ୍ରସ୍ତୁତ କରିବେ । ତେବେ 60 ଦିନରେ ଉତ୍ପାଦନ ହେଉଥିବା ଧାନ ପାଇଁ ସୁବାଷ ବେହେରାଙ୍କ ପରିବାର ବହୁ ପୂର୍ବରୁ ଚାଷରେ ଲାଗିପଡିଥାନ୍ତି । 5 ବର୍ଷ ହେଲା ସୁବାଷ ବେହେରାଙ୍କ ପରିବାର ଏହି ଧାନ ଯୋଗାଇ ଆସୁଛନ୍ତି ।

ଚାଷୀ ସୁବାସ ବେହେରା କହିଛନ୍ତି, 'ମା' ସମଲେଶ୍ବରୀଙ୍କୁ ବର୍ଷର ପ୍ରଥମ ଉତ୍ପାଦିତ ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ଅର୍ପଣ କରିବାର ବିଧି ରହିଛି । ସେଥିପାଇଁ ବହୁତ ବର୍ଷ ହେବ ମା' ସମଲେଶ୍ବରୀଙ୍କ ପାଖରେ ନୂଆ ଧାନ ଦେଇ ଆସୁଛି । ପୂଜକ ଅମ୍ବିକା ରାୟଙ୍କ ଅନୁଯାୟୀ, ଗଣପର୍ବ ନୂଆଖାଇରେ ସବୁ ନୂଆ ହେଉଥିବା ବେଳେ ନୂଆ ଧାନର ଆବଶ୍ୟକତା ସବୁଠୁ ଅଧିକ । ବର୍ଷର ପ୍ରଥମ ଉତ୍ପାଦିତ ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ନୂଆ ଖାଇରେ ଇଷ୍ଟ ଦେବୀଙ୍କ ଠାରେ ଲାଗି କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+