ପରଲୋକରେ ବିଶିଷ୍ଟ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା
ବିଶିଷ୍ଟ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ପରଲୋକ ହୋଇଛି । ବୁର୍ଲା ଡାକ୍ତରଖାନାରେ ଶନିବାର ଅପରାହ୍ନ 2ଟା 50 ମିନଟରେ ତାଙ୍କର ଦେହାନ୍ତ ହୋଇଛି ।
ସମ୍ବଲପୁର : ବିଶିଷ୍ଟ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ପରଲୋକ ହୋଇଛି । ବୁର୍ଲା ଡାକ୍ତରଖାନାରେ ଶନିବାର ଅପରାହ୍ନ 2ଟା 50 ମିନଟରେ ତାଙ୍କର ଦେହାନ୍ତ ହୋଇଛି । ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ଆଜି ସକାଳୁ ଗୁରୁତର ଅସୁସ୍ଥ ହେବାରୁ ପ୍ରଥମେ ତାଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତରଣ କରାଯାଇଥିଲା । ମୃତ୍ୟ ବେଳକୁ ତାଙ୍କୁ 96 ବର୍ଷ ବୟସ ହୋଇଥିଲା ।

ଅବିଭକ୍ତ ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ଥିବା ତିଲିଆ ଫଟାପାଲି ଗ୍ରାମରେ 1926 ମସିହାରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀ ଗୁପ୍ତା । 16 ବର୍ଷ ବୟସରୁ ଦେଶପ୍ରେମରେ ଆକର୍ଷିତ ହୋଇ 1942 ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏତିପାଇଁ ଇଂରେଜ ସରକାର ତାଙ୍କୁ ଗିରଫ କରି ଏକ ବର୍ଷ ସଶ୍ରମ କାରାଦଣ୍ଡ ସହ ଅର୍ଥ ଦଣ୍ଡ ମଧ୍ୟ ଦେଇଥିଲେ ।
2008 ମସିହାରେ କ୍ରାନ୍ତି ଦିବସରେ ସ୍ୱାଧୀନତା ସଂଗ୍ରାମୀ ଗୁପ୍ତାଙ୍କୁ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିଥିଲେ । ଏହାପରେ 2020 ମସିହାରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା ।












Click it and Unblock the Notifications