ସ୍ୱାଧୀନତା ସଂଗ୍ରାମୀ କୁନ୍ତଳା କୁମାରୀ ସାମନ୍ତଙ୍କ ଦେହାନ୍ତ
ଖୋର୍ଦ୍ଧା: ପରଲୋକରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସେବୀ କୁନ୍ତଳା କୁମାରୀ ସାମନ୍ତ । ଶୁକ୍ରବାର ଦିନ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଜନ୍ମମାଟି ବୋଲଗଡ଼ ବ୍ଲକ୍ ଚମ୍ପାଇଲୋ ଗ୍ରାମସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ପରଲୋକ ବେଳକୁ ତାଙ୍କୁ 79 ବର୍ଷ ବୟସ ହୋଇଥିଲା ।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ରାଜବନ୍ଦୀ ସ୍ୱର୍ଗତ ବିଶ୍ୱନାଥ ସାମନ୍ତଙ୍କ କନ୍ୟା ଥିଲେ କୁନ୍ତଳା କୁମାରୀ । ବିଶ୍ୱନାଥ ସାମନ୍ତ ଓ ରଙ୍ଗଲତା ସାମନ୍ତଙ୍କ 4 ସନ୍ତାନଙ୍କ ମଧ୍ୟରୁ ଦ୍ୱିତୀୟ ସନ୍ତାନ ଥିଲେ କୁନ୍ତଳାକୁମାରୀ । ସେ ଆଜୀବନ ଅବିବାହିତ ରହି ସ୍ୱାଧୀନୋତ୍ତର ଭାରତରେ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ପିତାମାତା ସ୍ୱାଧୀନତା ସଂଗ୍ରାମୀ ଥିଲେ ଏଣୁ ବାଲ୍ୟକାଳରୁ କୁନ୍ତଳାକୁମାରୀ ଅଭିଭାବକ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ସଂସ୍ପର୍ଶରେ ଆସିବା ସହ ସ୍ୱାଧୀନତା ଆନ୍ଦୋଳନ ଲାଗି ପ୍ରେରିତ ହୋଇଥିଲେ । ସେ ଅନେକ ସମୟ ପର୍ଯ୍ୟନ୍ତ କଂଗ୍ରେସ ସେବାଦଳରେ ସାମିଲ ରହି ସମାଜର ଅନେକ ଉନ୍ନତି ମୂଳକ କାମ କରିଛନ୍ତି ।
ପିତା ବିଶ୍ୱନାଥ ସାମନ୍ତ ତାଙ୍କ ଜୀବନ କାଳରେ ନାରୀ ଶିକ୍ଷା ପ୍ରଚାର ଓ ପ୍ରସାର ସହ ଚରଖା କେନ୍ଦ୍ର ସ୍ଥାପନା କରିଥିଲେ । ପରବର୍ତ୍ତି କାଳରେ କୁନ୍ତଳା କୁମାରୀ ପିତାଙ୍କ ଅସମ୍ପୂର୍ଣ୍ଣ କାର୍ଯ୍ୟ ପୁରା କରିବାକୁ ଜୀବନ ବ୍ୟାପୀ ଉଦ୍ୟମ କରିଥିଲେ। ସ୍ଥାନୀୟ ଅଞ୍ଚଳର ସେ ପ୍ରଥମ ଛାତ୍ରୀ ଥିଲେ ଯିଏ ହାଇସ୍କୁଲ ପଢିବା ପାଇଁ ବାହାରକୁ ଯାଇଥିଲେ ।
ତାଙ୍କ ପରଲୋକ ଖବର ଆସିବା ମାତ୍ରେ ଶେଷ ଦର୍ଶନ ନିମନ୍ତେ ଲୋକଙ୍କ ସୁଅ ଛୁଟିଥିଲା । ତାଙ୍କର ଅନ୍ତ୍ୟେଷ୍ଟି ଶୁକ୍ରବାର ତାଙ୍କ ଜନ୍ମ ମାଟିରେ ଅନୁଷ୍ଠିତ ହୋଇଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications