ଡ୍ରାଇଭଙ୍କୁ ମିଳିବ ମାଗଣା ଚା', ଖର୍ଚ୍ଚ ବହନ କରିବେ ସରକାର
ଭୁବନେଶ୍ୱର: ଏଣିକି ଡ୍ରାଇଭରଙ୍କୁ ମିଳିବ ମାଗଣା ଚା' । ରାତିରେ ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କୁ ମିଳିବ ମାଗଣା ଚା । ସେମାନଙ୍କୁ ଚା ପରଷିବେ ଢାବା ଓ ହୋଟେଲ । ଏ ନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ସଡ଼କ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗ ଏଭଳି ଅଭିନବ ଉପାୟ ଆପଣାଇଛି । ରାତି ଅନିଦ୍ରା ହେଉଥିବା ଟ୍ରକ୍ ଚାଳକଙ୍କୁ ରାସ୍ତାକଡ଼ରେ ଥିବା ଢାବା ଓ ହୋଟେଲ ମାଗଣା ଚା' ପରଷିବେ । କେବଳ ଚା' ନୁହେଁ, ସେହି ହୋଟେଲ ଓ ଢାବାରେ ବିଶ୍ରାମ କରିପାରିବେ ଡ୍ରାଇଭର ।
ରାତି ଅନିଦ୍ରା ହେଉଥିବାରୁ ଟ୍ରକ୍ ଚାଳକଙ୍କର ଭୋର୍ ସମୟରେ ଆଖି ଲାଗି ଯାଇଥାଏ । ଏଥିପାଇଁ ଜିଲ୍ଲା ସ୍ତରରେ ହୋଟେଲ ଓ ଢାବା ଚିହ୍ନଟ ହେବ । ସେଠାରେ ଡ୍ରାଇଭରମାନଙ୍କୁ ମାଗଣାରେ ଚା ମିଳିବ । ଚା' ବାବଦକୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି, ସଡ଼କ ଦୁର୍ଘଟଣା ଚିନ୍ତାର କାରଣ ପାଲଟିଛି । ଏଥିପାଇଁ ଆମେ ରୋଡ୍ ସେଫ୍ଟି ମିଟିଂ କରିଥିଲୁ । ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ଆମେ ଭାବୁଛୁ ସମସ୍ତେ ଏଥିରେ ଆମକୁ ସହଯୋଗ କରିବେ ।












Click it and Unblock the Notifications