ମାଗଣାରେ ମିଳିବ NEET ଓ JEE କୋଚିଂ
ଭୁବନେଶ୍ୱର: ମାଗଣାରେ ମିଳିବ NEET ଓ JEE କୋଚିଂ । ଯୁକ୍ତଦୁଇ ଛାତ୍ର ଛାତ୍ରୀଙ୍କୁ ମାଗଣାରେ ଦିଆଯିବ କୋଚିଂ । ଭର୍ଚୁଆଲ ମାଧ୍ୟମରେ ଦିଆଯିବ କୋଚିଂ । ଏଥିଲାଗି ଯୁକ୍ତଦୁଇ କଲେଜ୍ ଗୁଡ଼ିକରେ ସ୍ମାର୍ଟ ଟିଭି ଓ ଇଣ୍ଟରାକ୍ଟିଭ୍ ପାନେଲ ଇନଷ୍ଟଲ୍ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।

ସବୁ ସରକାରୀ ଓ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ୍ ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ସର୍ବଭାରତୀୟ ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଛାତ୍ର ଛାତ୍ରୀଙ୍କ ସଫଳତା ହାର ବଢ଼ାଇବାକୁ ସରକାର ଏହି ୟାସ ଆରମ୍ଭ କରିଛନ୍ତି ।
ନିର୍ଦ୍ଦେଶକ କହିଛନ୍ତି ଯେ ଯୋଜନା ଏବଂ ସମନ୍ୱୟ ବିଭାଗର ଯୋଜନା ଅନ୍ତର୍ଗତ ଅନେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀଗୃହର ବିକାଶ ପାଇଁ ସହାୟତା ପାଇଛନ୍ତି । ପ୍ରତି ବର୍ଷ ଦଶମ ଶ୍ରେଣୀ ପରେ ହଜାର ହଜାର ଛାତ୍ରଛାତ୍ରୀ ଡ୍ରପ ଆଉଟ୍ ହେଉଛନ୍ତି । ଏଭଳି ଛାତ୍ରଛାତ୍ରୀଙ୍କୁ ଆତ୍କୃଷ୍ଟ କରିବା ଲାଗି ସ୍କୁଲ ଅପଗ୍ରେଡ ସହ ଜେଇଇ ଓ ନିଟ୍ କୋଚିଂ ବ୍ୟବସ୍ଥା ଲାଗୁ ହେବାକୁ ନିଷ୍ପତି ହୋଇଛି ।












Click it and Unblock the Notifications