ଭୀମ ଆର୍ମି ମୁଖ୍ୟଙ୍କୁ ଆକ୍ରମଣ କରିଥିବା 4 ଜଣ ସନ୍ଦିଗ୍ଧ ଗିରଫ
ବୁଧବାର ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ 4 ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଛି । ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ଏହି ଘଟଣାରେ ବ୍ୟବହୃତ ହୋଇଥିବା ଏକ କାର ମଧ୍ୟ ଜବତ କରିଛି ପୋଲିସ ।
ସୂଚନାନୁସାରେ, ୟୁପି ପୋଲିସ ଟିମ୍ ସାହାରନପୁରରୁ ଏକ କାର ଜବତ କରିଥିଲା । ଆକ୍ରମଣକାରୀମାନେ ଏଥିରେ ଆସିଥିବା ଜଣାପଡିଛି । ଏହା ବ୍ୟତୀତ 4 ଜଣଙ୍କୁ ଅଟକ ରଖାଯାଇଛି ।

ଅନ୍ୟପକ୍ଷରେ ଚନ୍ଦ୍ରଶେଖରଙ୍କ ଅବସ୍ଥା ବର୍ତ୍ତମାନ ଭଲ ଥିବାରୁ ଏଭଳି ପରିସ୍ଥିତିରେ ତାଙ୍କୁ ଗୁରୁବାର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ । ଡାକ୍ତରଖାନା ବାହାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିତରକୁ ଯାଉଥିବା ଲୋକଙ୍କୁ ଯାଞ୍ଚ କରାଯାଉଛି ।
ଆପଣଙ୍କୁ କହି ରଖୁଛୁ ଭୀମ ଆର୍ମି ମୁଖ୍ୟ ବୁଧବାର ଦିନ ଦେଓବନ୍ଦ ଗସ୍ତରେ ଥିଲେ । ସେହି ସମୟରେ କିଛି ଲୋକ କାରରେ ଆସି ତାଙ୍କ କାର ଉପରେ ଗୁଳି ଚଳାଇଥିଲେ । କିନ୍ତୁ ଗୁଳି ତାଙ୍କ ଅଣ୍ଟା ନିକଟରେ ବାଜି ବାହାରିଯାଇଥିଲା । ତାଙ୍କୁ ତୁରନ୍ତ ଦେଓବନ୍ଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ କାରଟି ହରିୟାଣା ନମ୍ବର ଥିଲା । ଏହା ପରେ ତୁରନ୍ତ ସବୁ ସ୍ଥାନରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା ।
ଏହି ମାମଲାରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଚନ୍ଦ୍ରଶେଖରଙ୍କ ଉପରେ ମୋଟ ଚାରି ରାଉଣ୍ଡ ଗୁଳି ଚଲାଯାଇଥିଲା । ଆକ୍ରମଣକାରୀମାନେ ଏକ ସ୍ୱିଫ୍ଟ ଡିଜାୟାର କାରରେ ଥିଲେ । ଏହି ଘଟଣା ଘଟିବା ପରେ ସେ ଦିଲ୍ଲୀରୁ ଘରକୁ ଫେରୁଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ୱାଭାବିକ ଅଛି ।












Click it and Unblock the Notifications