ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 4 ଓଡ଼ିଆ ମୃତ
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ 4 ଜଣ ଓଡ଼ିଆ ଲୋକଙ୍କ ମୃତ୍ୟୁ ହୋଇଛି । ଆଜି ଭୋରରୁ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ଗୋଟାଏ ଆମ୍ବୁଲାନସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଆମ୍ବୁଲାନ୍ସ୍ ଦୁର୍ଘଟଣା ତାୱାନାମପାଲ୍ଲୀ ମଣ୍ଡଳ ଅନ୍ତର୍ଗତ ବାଙ୍ଗାଲୋର୍-ତିରୁପତି ଜାତୀୟ ରାଜପଥର ତେଲ୍ଲା ଗୁଣ୍ଡଲାପାଲ୍ଲୀ ଅଞ୍ଚଳରେ ଘଟିଛି । ଡ୍ରାଇଭର୍ ଙ୍କୁ ନିଦ ଲାଗିଯିବାରୁ ଆମ୍ବୁଲାନ୍ସ୍ ରାସ୍ତାରେ ଠିଆ ହୋଇଥିବା ଗୋଟିଏ ତୈଳବାହୀ ଟ୍ୟାଙ୍କର୍-ଟ୍ରକ୍କୁ ଧକ୍କା ଦେଇଥିଲା ।
ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ 4 ଜଣ ପ୍ରାଣ ହରାଇଛନ୍ତି ଏବଂ ଜଣେ ଆହତ ହୋଇଛନ୍ତି । ମୃତ ବ୍ୟକ୍ତିମାନେ ହେଲେ ଓଡ଼ିଶା ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଅଞ୍ଚଳର ଗୋବିନ୍ଦପୁର ଗ୍ରାମର । ବାଙ୍ଗାଲୋର୍ ଭିକ୍ଟୋରିଆ ହସ୍ପିଟାଲ୍ରେ ଜଣେ ଆତ୍ମୀୟଙ୍କୁ ଚିକିତ୍ସା କରାଇ ସେମାନେ ଗାଁକୁ ଫେରୁଥିଲେ ।
ରିପୋର୍ଟ ଅନୁସାରେ, ମୃତବ୍ୟକ୍ତିମାନେ ହେଉଛନ୍ତି ମଞ୍ଜୁଲତା, ତ୍ରିଲୋଚନ, ଉମେଶଚନ୍ଦ୍ର ଓ ବିଜୟ । ୟାଦାମାରି ଓ କାନିପକ୍କମ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କୁ ଚିତ୍ତୂର ସରକାରୀ ଡାକ୍ତରଖାନାକୁ ନିଆଯାଇଛି। ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications