Get Updates
Get notified of breaking news, exclusive insights, and must-see stories!

ସମୟ ଆସିଲେ ଖୋଲାଯିବ 4 ଦ୍ୱାର, ସରକାର ଜାଣିଶୁଣି ଲୋକଙ୍କୁ ହଇରାଣ କରୁନାହାଁନ୍ତି

ଭୁବନେଶ୍ୱର: ଶ୍ରୀମନ୍ଦିରର 4 ଦ୍ଵାରା ଖୋଲା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମତୀ ମଲ୍ଲିକ । ଆବଶ୍ୟକ ହେଲେ ନିଶ୍ଚିତ ଭାବରେ 4 ଦ୍ୱାର ଖୋଲାଯିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲିଥିବାରୁ ଶ୍ରୀମନ୍ଦିର 4 ଟି ଯାକ ଦ୍ଵାର ଖୋଲାଯାଇପାରୁ ନାହିଁ । ଭକ୍ତମାନେ ଯଦି 4 ଦ୍ଵାର ଦେଇ ଯିବେ ସେଥିରେ କେହି ଆହତ ହେବାର ସମ୍ଭାବନା ରହିଛି । ତେଣୁ ଉଚିତ ସମୟ ଆସିଲେ ନିଶ୍ଚୟ 4 ଦ୍ଵାରା ଖୋଲାଯିବ । ସରକାର ଜାଣି ଶୁଣି ଲୋକଙ୍କୁ ହଇରାଣ କରୁନାହାନ୍ତି ।

pramila malik - shree mandir

ସୂଚନାଯୋଗ୍ୟ, ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ମହାପ୍ରଭୁଙ୍କ ସହ ଭକ୍ତମାନଙ୍କ ପ୍ରତ୍ୟକ୍ଷ ଭାବାବେଗ ଯୋଡ଼ି ହୋଇରହିଛି । ହଜାର ହଜାର ବର୍ଷ ପୂର୍ବରୁ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବରେ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଚାରି ଦ୍ୱାର ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ଏହି ପ୍ରସଙ୍ଗରେ ସମ୍ବେଦନଶୀଳ ହୋଇ ସମସ୍ତଙ୍କ ସହ ଆଲୋଚନା କରି ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ପାଇଁ ପଦକ୍ଷେପ ନିଅନ୍ତୁ । ଏପରିକି ଗତକାଲି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଗଜପତି ମହାରାଜଙ୍କୁ ଚିଠି ଲେଖି 4 ଦ୍ୱାର ଖୋଲିବା ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ ।

ଅପରପକ୍ଷରେ 5-ଟି ସଚିବ ସମ୍ବିଧାନିକ ନିୟମ ଭଙ୍ଗ କରୁଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗ ଉପରେ ମଧ୍ୟ ଜବବା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା । ଶ୍ରୀମତୀ ମଲ୍ଲିକ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5-ଟି ସଚିବ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ କାର୍ଯ୍ୟକାରୀ କରି ଆସୁଛନ୍ତି । ସେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନାହାଁନ୍ତି । କୌଣସି ଦଳୀୟ ପତାକା ଧରୁ ନାହାଁନ୍ତି । ତେଣୁ ସମ୍ବିଧାନ ଭାଙ୍ଗିଲେ କେଉଁଠି ?

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+