ସିମେଣ୍ଟ ବୋଝେଇ ଟିପ୍ପର ଓଲଟି 4 ମୃତ
ମାଲକାନାଗିରି: ସଡ଼କ ଦୁର୍ଘଟଣାରେ 4 ମୃତ । ସିମେଣ୍ଟ ବୋଝେଇ ଟିପ୍ପର ଓଲଟିବା ଫଳରେ 4 ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସ୍ୱାଭିମାନ ଅଞ୍ଚଳରେ । ଆଉ 2 ଶ୍ରମିକ ଟିପ୍ପର ତଳେ ଚାପି ହୋଇଥିବା ଆଶଙ୍କା ।

ସିମେଣ୍ଟ ବୋଝେଇ ଟିପ୍ପର ଓଲଟିବା ଫଳରେ 4 ଜଣଙ୍କର ମୃତ୍ୟୁ ହୋଇଛି । ହନ୍ତାଳଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ନେଇ ସୂଚନା ମିଳିଛି । ଟିପ୍ପର ଟି ଚିତ୍ରକୋଣ୍ଡାରୁ ଯୋଡ଼ାମ୍ବ ଯାଉଥିବା ବେଳେ ହନ୍ତାଳଗୁଡ଼ାରେ ଦୁର୍ଘଟଣା ହୋଇଥିବା ଜଣାଯାଇଛି । 10 ରୁ ଅଧିକ ଶ୍ରମିକଙ୍କୁ ନେଇ ଯାଉଥିଲା ସିମେଣ୍ଟ ବୋଝେଇ ଟିପ୍ପର । ଆଉ 2 ଶ୍ରମିକ ଟିପ୍ପର ତଳେ ଚାପି ହୋଇଥିବା ଆଶଙ୍କା ।












Click it and Unblock the Notifications