ଗୋରୁ ବୋଝେଇ ଗା଼ଡ଼ି ଦୁର୍ଘଟଣାଗ୍ରସ୍ତ, 4 ମୃତ, 2 ଆହତ

ସମ୍ବଲପୁର: ଦୁର୍ଘଟଣାଗ୍ରସ୍ତ ହେଲା ଗୋରୁ ବୋଝେଇ ଟ୍ରକ୍ । ଫଳରେ 4 ଝଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି । ଗତକାଲି ରାତିରେ କଟାପାଲି ନିକଟରେ ଗୋରୁ ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।

ଆହତମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ 30 ରୁ 40 ଗୋରୁଙ୍କ ମୃତ୍ୟୁ ହୋଇଛି ।

accident

ଗତକାଲି ବିଳମ୍ବିତ ରାତିରେ ଗୋରୁ ବୋଝେଇ କଣ୍ଟେନରଟି ଶହେରୁ ଅଧିକ ଗୋରୁ ନେଇ ବରଗଡ଼ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା । ଏହି ସମୟରେ କଟାପାଲି ନିକଟରେ କଣ୍ଟେନର ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଥିଲେ । ଏହା ସହିତ 30 ରୁ 40 ଗୋରୁଙ୍କ ମୃତ୍ୟୁ ହୋଇଛି । ଅନେକ ଗୋରୁ ଆହତ ହୋଇଛନ୍ତି । ଆହତ ଗୋରୁଙ୍କ ଚିକିତ୍ସା କରଯାଉଛି । ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

ମିଳିଥିବା ସୂଚନା ଅନୁସାରେ, ରାସ୍ତା କଡ଼ରେ ଏକ ଗାଡ଼ି ଡବ୍ଲ୍ୟୁବି-11-8858 ଅଟକି ରହିଥିଲା । ଏହି କଣ୍ଟେନର ଗାଡ଼ି ସମ୍ମୁଖରେ 5 ଜଣ ବ୍ୟକ୍ତି ରାତ୍ରି ଭୋଜନ ପାଇଁ ରୋଷେଇ କରୁଥିଲେ । ଏହି ସମୟରେ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ଟ୍ରକ୍‌ ପଛପଟୁ ଧକ୍କା ଦେଇ ‌ତୀବ୍ର ଗତିରେ ଚାଲି ଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଟ୍ରକ୍‌ଚାଳକ ଓଡି-15 ସି-2063 ଗୋରୁ ବୋଝେଇ ଗାଡ଼ିକୁ ଧକ୍କା ଦେଇଥିଲେ ।

ଗୋରୁ ବୋଝେଇ ଗାଡ଼ି ଓଲଟି ଯିବାରୁ ରୋଷେଇ କରୁଥିବା ବ୍ୟକ୍ତିମାନେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବର ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଘଟଣା ସ୍ଥଳରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଅନ୍ୟ ଦୁଇ ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ଜଣକକୁ ମୃତ ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+