ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଓଡ଼ିଶା ଦେଇ ଗଡ଼ିବ 4 ଆସ୍ଥା ଟ୍ରେନ୍

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ରାମ ମନ୍ଦିର ଉଦଘାଟନ ଓ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ସାରା ଦେଶ । ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଅଯୋଧ୍ୟା ଗସ୍ତ କରୁଛନ୍ତି । ଏ ନେଇ ପୂର୍ବତଟ ରେଳପଥ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

ଭକ୍ତଙ୍କ ଗମନାଗମନକୁ ସରଳ କରିବା ପାଇଁ ପୂର୍ବତନ ରେଳପଥ ଅନେକ ଟ୍ରେନ୍ ଚଲାଇବ । ସେଥିମଧ୍ୟରୁ ଓଡ଼ିଶା ଦେଇ ଗଡ଼ିବ 4 ଟି ଆସ୍ଥା ଏକ୍ସପ୍ରେସ । ଏହା ବିଭିନ୍ନ ଷ୍ଟେସନ ଦେଇ ଓଡ଼ିଶାକୁ ସିଧାସଳଖ ଅଯୋଧ୍ୟା ସହ ସଂଯୋଗ କରିବ ।

astha train

ସୂଚନା ମୁତାବକ ଗୋଟିଏ ଆସ୍ଥା ଏକ୍ସପ୍ରେସ ଆସନ୍ତା 31 ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ବାହାରି ଓଡ଼ିଶାର ବିଭିନ୍ନ ଷ୍ଟେସନ ଦେଇ ଅଯୋଧ୍ୟା ଧାମ ଯିବ । ଓଡ଼ିଶାର ବ୍ରହ୍ମପୁର, ଛତ୍ରପୁର, ବାଲୁଗାଁ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ଅନୁଗୋଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର, ଝାରସୁଗୁଡ଼ା ରୋଡ଼, ଇବ ଷ୍ଟେସନରେ ରହିବ । ସେହି ଟ୍ରେନ ଫେବୃଆରୀ 3 ତାରିଖରେ ଅଯୋଧ୍ୟା ଧାମ ଛାଡ଼ି ଓଡ଼ିଶା ଦେଇ ପୁଣି ଗୁଣ୍ଟୁରରେ ପହଞ୍ଚିବ ।

ସେହିପରି ଦ୍ୱିତୀୟ ଆସ୍ଥା ଏକ୍ସପ୍ରେସ ଫେବୃଆରୀ 4ରେ ବିଜୟୱାଡ଼ାରୁ ଛାଡ଼ି ଅଯୋଧ୍ୟା ଧାମ ଯିବ । ସେଠାରୁ ପୁଣି 7 ରେ ଫେରିବ । ଏହା ପରେ ତୃତୀୟ ଟ୍ରେନ୍ ଫେବୃଆରୀ 7 ତାରିଖରେ ରାଜମହେନ୍ଦ୍ରିରୁ ବାହାରି ଅଯୋଧ୍ୟା ଧାମ ଯିବ । 10 ରେ ସେହି ଆସ୍ଥା ଏକ୍ସପ୍ରେସ ଅଯୋଧ୍ୟା ଧାମ ଛାଡ଼ି ଓଡ଼ିଶା ହୋଇ ରାଜମହେନ୍ଦ୍ରୀରେ ପହଞ୍ଚିବ । ଚତୁର୍ଥ ଆସ୍ଥା ଏକ୍ସପ୍ରେସ ଫେବୃଆରୀ 11ରେ ସାମଲକୋଟରୁ ଛାଡ଼ିବ । ସେହି ଟ୍ରେନ ଫେବୃଆରୀ 14 ରେ ଅଯୋଧ୍ୟା ଧାମରୁ ଓଡ଼ିଶା ଦେଇ ସାମଲକୋଟରେ ପହଞ୍ଚିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+