Get Updates
Get notified of breaking news, exclusive insights, and must-see stories!

Big Breaking: ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ

ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ହୋଇଛି । ସନ୍ଧ୍ୟା 7 ଟା 31 ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ବିଧାୟକ ଥିଲେ ସୂର୍ଯ୍ୟନାରାୟଣ ପାତ୍ର । ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା ।

ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିର ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ରାଜନୀତିରେ ଏକ ଅଧ୍ୟାୟର ଅନ୍ତ ହୋଇଛି ।

surya patyra

ସୂର୍ଯ୍ୟ ନାରାୟଣ ପାତ୍ର ଜନତା ଦଳରୁ ନିଜର ରାଜନୀତି ଆରମ୍ଭ କରିଥିଲେ । ଜନତା ଦଳରୁ ସେ ଦୁଇ ଥର ବିଧାୟକ ହୋଇଥିଲେ । ପରେ ବିଜୁ ଜନତା ଦଳରୁ 5 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । 1948 ମସିହା ଡିସେମ୍ବର 24 ତାରିଖରେ ଜନ୍ମଗ୍ରହଣ କରିଥିବା ସୂର୍ଯ୍ୟ ନାରାୟଣ ପାତ୍ର 1990, 1995, 2000, 2004, 2009, 2014, 2019 ମସିହାରେ ବିଧାୟକ ଭାବେ ନିର୍ବାଚତ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ସୂର୍ଯ୍ୟ ନାରାୟଣ ପାତ୍ର ଦିଗପହଣ୍ଡିର ବିଧାୟକ ଥିଲେ ।

ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଥମେ 1990 ରୁ 1995 ପର୍ଯ୍ୟନ୍ତ ଜନତା ଦଳରୁ ମୋହନା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ । ଏହାପରେ 1995 ରୁ 2000 ପର୍ଯ୍ୟନ୍ତ ମଧ୍ୟ ମୋହନାରୁ ପୁଣିଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ବିଜୁ ଜନତା ଦଳ ଗଠନ ପରେ ସୂର୍ଯ୍ୟ ନାରାୟଣ ପାତ୍ର 2000 ମସିହାରୁ 2009 ଯାଏଁ ବିଜୁ ଜନତା ଦଳରୁ ମୋହନାରେ ଦୁଇ ଥର ବିଧାୟକ ହୋଇଥିଲେ । ଏହାପରେ 2009 ରୁ ଦିଗପହଣ୍ଡିରୁ ବିଧାୟକ ହୋଇଆସିଛନ୍ତି ସୂର୍ଯ୍ୟ ପାତ୍ର । ସେ ଓଡ଼ିଶା ବିଧାନସଭାରେ ବାଚସ୍ପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାୟ ସବୁ ପାଳି‌ରେ ସେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ସେ ରାଜସ୍ବ, ଶକ୍ତି, ଯୋଗାଣ, ପରିବେଶ, ସଂସ୍କୃତି ଓ ସୂଚନା ଲୋକସଂପର୍କ ବିଭାଗର ମନ୍ତ୍ରୀ ରହିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ହୋଇ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ଷୋଡ଼ଶ ବିଧାନସଭାରେ ସେ 2019 ଜୁନ୍‌ 1 ରୁ 2022 ଜୁନ୍‌ 4 ତାରିଖ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ । ଗଂଜାମ ରାଜନୀତିରେ ସେ ଜଣେ ଚର୍ଚ୍ଚିତ ଚେହେରା ଥିଲେ। ତୃଣମୂଳସ୍ତରରେ ସେ ଜଣେ ଭଲ ସଂଗଠକ ଥିଲେ । ତାଙ୍କର ମୃତ୍ୟୁରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+